ନୂଆଦିଲ୍ଲୀ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଦେଇ ଯୁବକ ଗିରଫ । ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଅଭଦ୍ର ମନ୍ତବ୍ୟ। ରାୟପୁର ପୋଲିସ ତଦନ୍ତ କରି ଲଲିତ ଯାଦବ ନାମକ ଯୁବକଙ୍କୁ ଗିରଫ କରିଛି ।
ରାୟପୁର ସହରର ଜୟସ୍ତମ୍ଭ ଏବଂ ଶାସ୍ତ୍ରୀ ଛକରେ ତିଆରି ହେଉଥିବା ରାସ୍ତାର ଅସ୍ତିତ୍ବକୁ ନେଇ ଫେସବୁକରେ ପୋଷ୍ଟ ହୋଇଥିଲା । ତେବେ ଏହି ପୋଷ୍ଟରେ ଲଲିତ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଶାଳୀନ ଟିପ୍ପଣୀ ଲେଖି ପୋଷ୍ଟ କରିଥିଲେ । ଫଳରେ ତାଙ୍କର କମେଣ୍ଟ ଧିରେ ଧିରେ ଭାଇରାଲ ହୋଇଥିଲା । ଆଉ ଶେଷରେ ପୋଲିସ ହାତରେ ଧରା ପଡିଥିଲେ ସେ ।