ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳାରେ ଚାଲିଗଲା କୀଡନୀ ରୋଗୀଙ୍କ ଜୀବନ

author img

By

Published : Nov 9, 2020, 7:39 PM IST

ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା କାରଣରୁ ଚାଲିଯାଇଛି ଯୁବକଙ୍କ ଜୀବନ । ସଠିକ୍‌ ସମୟରେ ଅକ୍ସିଜେନ ନ ଯୋଗାଇବା ଫଳରେ ଶ୍ବାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

A Kidney Stone Patient Breathed his Last From the Negligence of Hospital Staff in Bengaluru
ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳାରେ ଚାଲିଗଲା କୀଡନୀ ରୋଗୀଙ୍କ ଜୀବନ

ବେଙ୍ଗାଲୁରୁ: ରାଜ୍ୟରେ ସଠିକ୍‌ ସମୟରେ ଚିକିତ୍ସା ଯୋଗାଇ ନପାରିବାରୁ ଶାନ୍ତି ନଗରରେ ଥିବା ନ୍ୟୁମେଡ ଡାଇଗ୍ନୋଷ୍ଟିକ ହସ୍ପିଟାଲରେ କୀଡନୀ ଷ୍ଟୋନ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃ୍ତ୍ୟୁ ଘଟିଛି । ମୃତ୍ୟୁ ପରେ ସଂପର୍କୀୟ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି । ତେବେ ଅକ୍ସିଜେନ ସିଲିଣ୍ଡର ଅଭାବ ଥିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଗତ ନଭେମ୍ବର 7 ତାରିଖରେ ଶାନ୍ତି ନଗରରେ ଥିବା ନ୍ୟୁମେଡ ଡାଇଗ୍ନୋଷ୍ଟିକ ହସ୍ପିଟାଲରେ ନଗରାଜ ନାମକ ଜଣେ ରୋଗୀ କୀଡନୀ ଷ୍ଟୋନରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ରୋଗୀଙ୍କୁ ସୋମବାର ସକାଳ ସମୟରେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ସେହି ହସ୍ପିଟାଲର ଜଣେ ନର୍ସ ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବାର ବ୍ୟବସ୍ଥା କରିଥିଲେ ।

କିନ୍ତୁ ରୋଗୀଙ୍କୁ ସିଲିଣ୍ଡର ମାଧ୍ୟମରେ ଅକ୍ସିଜେନ ଯୋଗାଇବାରେ ସେ ବିଫଳ ହୋଇଥିଲେ । କାରଣ ରୋଗୀଙ୍କୁ ଅକ୍ସିଜେନ ନଳୀ ଲଗାଇବା ପ୍ରକ୍ରିୟା ସଂପର୍କରେ ସେ ଅଜ୍ଞ ଥିଲେ । ତେବେ ସେଠାରେ ଡାକ୍ତରମାନେ ମଧ୍ୟ ରୋଗୀଙ୍କୁ ସଠିକ୍‌ ସମୟରେ ଅକ୍ସିଜେନ ନ ଯୋଗାଇବା ପରେ ଯୁବକଙ୍କ ମୃତ୍ୟୁ ଘଟିଛି । ଡାକ୍ତରଙ୍କ ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ମୃତକଙ୍କ ସଂପର୍କୀୟମାନେ ହସ୍ପିଟାଲ ପରିସରରେ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିଥିଲେ । ତେବେ ସିଲିଣ୍ଡରଟି ଖାଲି ଥିବାରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.