ETV Bharat / bharat

ଅନନ୍ତନାଗରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

author img

By

Published : Oct 17, 2020, 9:07 AM IST

ଅନନ୍ତନାଗରେ ଏନକାଉଣ୍ଟର ଆରମ୍ଭ । ଜଣେ ଆତଙ୍କୀ ନିହତ, ରାଇଫଲ ଜବତ । ଅଧିକ ପଢନ୍ତୁ....

A joint operation  launched today early morning in Anantnag
ଅନନ୍ତନାଗରେ ଏନକାଉଣ୍ଟର , ଜଣେ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ଥମୁନାହିଁ ଆତଙ୍କବାଦୀଙ୍କ ଉତ୍ପାତ। ବାରମ୍ବାର ଘାଟିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଖବର ସାମ୍ନାକୁ ଆସୁଛି । ଏପରିସ୍ଥିତିରେ ଶନିବାର ଅନନ୍ତନାଗର ଲାରନୋ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ପୋଲିସ ଓ ସୁରକ୍ଷା କର୍ମୀଙ୍କ ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହାସହ ଏକ ଏକେ ରାଇଫଲକୁ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ଅନନ୍ତନାଗରରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । କିଛି ଆତଙ୍କୀଙ୍କୁ ଘେରାବନ୍ଦୀ କରାଯାଇଥିଲା । ଫଳରେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ କରିଥିଲେ ଆତଙ୍କବାଦୀ । ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଉଛି । ଏନେଇ ଭାରତୀୟ ସେନା ଦେଇଛି ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.