ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 2 ପାଇଲଟଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ଖାଦ୍ୟ ସାମଗ୍ରୀ ନେଇ ହେଲିକପ୍ଟରଟି ମୋରିରୁ ମୋଲଦି ଯାଉଥିବାବେଳେ ଉତ୍ତରକାଶୀ ନିକଟରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣା ହୋଇଛି । 10 ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ ଓ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ପରିବାରକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ବତ 15 ଲକ୍ଷଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।
ବନ୍ୟା ଯୋଗୁଁ ଉତ୍ତରକାଶୀ ଜିଲ୍ଲାର ମୋରି ବ୍ଲକରେ ମୃତ୍ୟୁ ସଂଖ୍ୟା 12କୁ ପହଞ୍ଚି ଥିବାବେଳେ 5ଜଣ ଏବେ ବି ନିଖୋଜ ଅଛନ୍ତି । ରିଲିଫ ତଥା ଖାଦ୍ୟ ଓ ମେଡିସିନ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର 1 ହେଲିକପ୍ଟର ସମେତ 3ଟି ହେଲିକପ୍ଟର ନିୟୋଜିତ କରାଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ମୋରି ବ୍ଲକରେ ଅନେକ ଘର ଓ ଚାଷ ଜମି ଧୋଇ ହୋଇଯାଇଛି ।