ETV Bharat / bharat

କଂଗ୍ରେସର ନେତୃତ୍ବ ଜଣେ ଗାନ୍ଧି ହିଁ ନେବା ଉଚିତ, ବିଜେପିର ମୁକାବିଲା ପାଇଁ ସାଥୀ ଦଳ ସହ ମେଣ୍ଟ ଜରୁରୀ: ମଣିଶଙ୍କର ଆୟାର - ଏକ୍ସକ୍ଲୁସିଭ୍ ସାକ୍ଷାତକାର

2024ରେ ବିଜେପିର ମୁକାବିଲା ପାଇଁ ଆଞ୍ଚଳିକ ଦଳ ଏବଂ ବିଭିନ୍ନ ସାମାଜିକ ଗୋଷ୍ଠୀ ସହ କେରଳ ଢାଞ୍ଚାରେ ମେଣ୍ଟ ଗଠନ ଜରୁରୀ ବୋଲି କହିଛନ୍ତି କଂଗ୍ରେସ ନେତା ମଣିଶଙ୍କର ଆୟାର। ପଢନ୍ତୁ ଇଟିଭି ଭାରତକୁ ଆୟାର ଦେଇଥିବା ଏକ୍ସକ୍ଲୁସିଭ୍ ସାକ୍ଷାତକାରର...

କଂଗ୍ରେସର ନେତୃତ୍ବ ଜଣେ ଗାନ୍ଧି ହିଁ ନେବା ଉଚିତ୍, ବିଜେପିର ମୁକାବିଲା ପାଇଁ ସାଥୀ ଦଳ ସହ ମେଣ୍ଟ ଜରୁରୀ: ମଣିଶଙ୍କର ଆୟାର

author img

By

Published : Sep 3, 2020, 10:06 PM IST

ଗାନ୍ଧି ପରିବାରର ଜଣେ କେହି କଂଗ୍ରେସର ନେତୃତ୍ବ ନେବା ଉଚିତ୍ ଏବଂ 2024ରେ ବିଜେପିର ମୁକାବିଲା ପାଇଁ ଆଞ୍ଚଳିକ ଦଳ ଏବଂ ବିଭିନ୍ନ ସାମାଜିକ ଗୋଷ୍ଠୀ ସହ କେରଳ ଢାଞ୍ଚାରେ ମେଣ୍ଟ ଗଠନ ଜରୁରୀ ବୋଲି କହିଛନ୍ତି କଂଗ୍ରେସ ନେତା ମଣିଶଙ୍କର ଆୟାର। ପଢନ୍ତୁ ଇଟିଭି ଭାରତକୁ ଆୟାର ଦେଇଥିବା ଏକ୍ସକ୍ଲୁସିଭ୍ ସାକ୍ଷାତକାରର ଉଦ୍ଧୃତାଂଶ।

ପ୍ରଶ୍ନ-କଂଗ୍ରେସ ଦଳରେ ବରିଷ୍ଠ ବନାମ କନିଷ୍ଠ ବିତର୍କ ଏବଂ ନେତୃତ୍ବ ସଂକଟ ଭୀଷଣ ଆକାର ଧାରଣ କରିଛି। ପ୍ରକୃତରେ ସମସ୍ୟା କ’ଣ?

ବାସ୍ତବରେ ଏହା ନେତୃତ୍ବ ପ୍ରସଙ୍ଗ ନୁହେଁ। ସଂଯୋଗବଶତଃ ଏପରି ଘଟିଥିଲା। ଏପରିକି ନିକଟରେ ସୋନିଆ ଗାନ୍ଧିଙ୍କୁ ପ୍ରତିବାଦ ପତ୍ର ଲେଖିଥିବା 23 ଜଣ ଯାକ ବରିଷ୍ଠ କଂଗ୍ରେସ ନେତା ସୁପାରିସ କରି ନଥିଲେ ଯେ, ନେତୃତ୍ବ ପରିବର୍ତ୍ତନ ପ୍ରସଙ୍ଗରେ ହିଁ କଂଗ୍ରେସର ସମସ୍ୟା ରହିଛି ଏବଂ ଏହାର ସମାଧାନ କରାଯାଉ। ତଥାପି ସେମାନେ ଯଦି ଭାବୁଥାନ୍ତି ଯେ, ନେତୃତ୍ବ ପ୍ରସଙ୍ଗ ହେଉଛି ମୂଳ ସମସ୍ୟା, ତେବେ ସେମାନଙ୍କ ମଧ୍ୟରେ କେହି ବି ଜଣେ ଯେତେବେଳେ ଏଆଇସିସି ଅଧିବେଶନ ବସିବ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗକୁ ଆସିପାରିବେ। ମୁଁ ଆଶା କରୁଛି ସେମାନଙ୍କୁ ଜିତେନ୍ଦ୍ର ପ୍ରସାଦଙ୍କ ଦଶା ଭୋଗିବାକୁ ପଡ଼ିବ ନାହିଁ। ଅତୀତରେ ଏପରି ଏକ ସ୍ଥିତିରେ ସୋନିଆ ଗାନ୍ଧିଙ୍କୁ 9400 ଭୋଟ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ଜିତେନ୍ଦ୍ର ପ୍ରସାଦ ମାତ୍ର 94 ଭୋଟ ପାଇଥିଲେ।

ସମସ୍ୟା ଅନ୍ୟତ୍ର ରହିଛି। ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ଏବଂ ସ୍ବାଧୀନତା ହାସଲର ପ୍ରଥମ 20 ବର୍ଷ ଯାଏଁ ସମାଜର ବିଭିନ୍ନ ବର୍ଗର ଲୋକେ କଂଗ୍ରେସ ସହ ରହି ଆସିଥିଲେ। 1967 ସାଧାରଣ ନିର୍ବାଚନ ପରଠାରୁ ବିଭିନ୍ନ ବର୍ଗର ଲୋକେ ମିଳିତ ଭାରତୀୟ ଜାତୀୟ କଂଗ୍ରେସରୁ ପୃଥକ୍ ହୋଇ ନିଜେ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ପ୍ରୟାସ କଲେ। ବିଶେଷତଃ 1990ରେ ମଣ୍ଡଳ ପରେ ଅନେନ ପଛୁଆ ଜାତି ସେମାନଙ୍କର ସ୍ବତନ୍ତ୍ର ଗୋଷ୍ଠୀ ତିଆରି କରିବା ଆରମ୍ଭ କଲେ। ପଛୁଆ ଜାତି ମଧ୍ୟରେ ଉଭା ହୋଇଥିବା ଯାଦବ ସମ୍ପ୍ରଦାୟ ସମସ୍ତଙ୍କଠାରୁ ଆଗରେ ରହିଲେ। ସେହିପରି ତଫସିଲଭୁକ୍ତ ଉପଜାତିଙ୍କ ମଧ୍ୟରେ ଜାତଭା ନାମରେ ସଂପ୍ରଦାୟ ସବୁଠୁ ଆଗରେ ରହିବାକୁ ଦେଖିବାକୁ ମିଳିଲା। 1992ରେ ବାବ୍ରି ମସଜିଦର ପତନ ପରେ ଏକ ଭିନ୍ନ ପ୍ରକାର ବିଭ୍ରାନ୍ତ ସୃଷ୍ଟି ହେଲା, ମୁସଲିମ୍ ମାନେ ଦଳ ଦଳ ହୋଇ କଂଗ୍ରେସ ଛାଡ଼ିଲେ।

ଏସବୁ ଦେଖିଲେ ନେତୃତ୍ବକୁ ନେଇ ସମସ୍ୟା ନାହିଁ। ସମସ୍ୟା ବହୁତ ଗଭୀର ଏବଂ ମୋ ମତରେ ଏହାର ସମାଧାନ କେବଳ ଦଳରୁ ମୁହଁ ଫେରାଇ ନେଇଥିବା ବିଭିନ୍ନ ଗୋଷ୍ଠୀକୁ ଫେରାଇ ଆଣିଦେଲେ ହେବନାହିଁ। ବରଂ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଆଞ୍ଚଳିକ ଭିତ୍ତିରେ କିମ୍ବା ଜାତି ଓ ସମ୍ପ୍ରଦାୟ ଭିତ୍ତିରେ ଗଠିତ ଦଳଗୁଡ଼ିକ ସହ ମେଣ୍ଟ କରିବାକୁ ପଡ଼ିବ। କେରଳ ମଡେଲ ଭଳି ପୂର୍ବ ନିର୍ବାଚନ ପରେ ପରେ ତୁରନ୍ତ ମେଣ୍ଟ ଗଠନ କରିବା ଉଚିତ୍। ଫଳରେ ମେଣ୍ଟରେ ରହୁଥିବା ଦଳ ସେମାନଙ୍କର ଅସ୍ତିତ୍ବ ବଜାୟ ରଖିପାରିବେ। ଏପରିକି ଯଦି ମେଣ୍ଟ ସରକାର ଗଠନ କରେ ତେବେ ଅଂଶୀଦାର ଦଳକୁ କେଉଁ ବିଭାଗ ମିଳିବ ତାହା ବି ନିର୍ବାଚନ ଆଗରୁ ସ୍ପଷ୍ଟ ହୋଇଯିବା ଆବଶ୍ୟକ।

କିନ୍ତୁ ଆପଣ କାହିଁକି ଏକ ମେଣ୍ଟର ଆବଶ୍ୟକତା ମନେ କରୁଛନ୍ତି? କଂଗ୍ରେସ ଛତା ତଳେ ରହି କାମ କରିବାକୁ ଏସବୁ ଆଞ୍ଚଳିକ ଦଳ ଚାହିଁବେ କି?

ଭାରତୀୟ ଜନତା ପାର୍ଟିକୁ ହରାଇବା ପାଇଁ ଏକ ମେଣ୍ଟ ହିଁ ବିକଳ୍ପ ପନ୍ଥା। କଂଗ୍ରେସ ସହ ମିଶି କାମ କରିବାକୁ ମୁଁ ଆଞ୍ଚଳିକ ଦଳଗୁଡ଼ିକୁ ପ୍ରସ୍ତାବ ଦେଉଛି। କେବଳ ଆମେ ଯଦି ସାମାନ୍ୟ ନରମ ହେବା, ତେବେ ଆମ ବିଜୟୀ ହୋଇପାରିବା। ଆମ ନେତୃତ୍ବ ଅଧିନକୁ ଆସିବା ପାଇଁ ଆମେ ଯଦି ମୂଳରୁ ସେମାନଙ୍କୁ କହିବା ଆରମ୍ଭ କରିଦେବା, ହୁଏତ ସେମାନେ ରାଜି ହୋଇନପାରନ୍ତି। କାହାକୁ କେତେ ଆସନ ମିଳିବ, କିଏ ସର୍ବାଧିକ ଆସନ ପାଇବ ବା ଅନ୍ୟ କୌଣସି ସୂତ୍ର ବାହାର କରି ନିର୍ବାଚନ ପରବର୍ତ୍ତୀ ସମୟକୁ ଦେଖି ନେତୃତ୍ବ ବାଛିବା ନେଇ ଯଦି ଆମେ ଏକ ସହମତିଭିତ୍ତିକ ବୁଝାମଣା କରିପାରିବା ତେବେ ମେଣ୍ଟ ହୋଇପାରିବ। ଆମକୁ ମେଣ୍ଟର ନେତୃତ୍ବ ପ୍ରସଙ୍ଗକୁ ପୃଥକ୍ ରଖିବାକୁ ହେବ। ମୋ ମତରେ ଏବେଠାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାଦିଦାର ହେବା ଠିକ୍ ନୁହେଁ। ଯଦି ଏହାକୁ ନିର୍ବାଚନ ପରବର୍ତ୍ତୀ ସମୟକୁ ଛାଡି ଦିଆଯାଏ ତେବେ ଏହା ଭଲ ହେବ। କିନ୍ତୁ କିଏ ପ୍ରଧାନମନ୍ତ୍ରୀ ହେବେ ତାହାକୁ ନେଇ ଲଢିବା ସମୟ ଏବେ ନୁହେଁ। ମୁଁ ଭାବୁଛି, 2024ରେ ବିଜେପିର ମୁକାବିଲା ପାଇଁ କେରଳ ଢାଞ୍ଚାରେ ଅଲ୍ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟର ଆବଶ୍ୟକତା ରହିଛି।

ବିଗତ ଦୁଇଟି ଯାକ ସାଧାରଣ ନିର୍ବାଚନରେ ଲୋକସଭାରେ ବିରୋଧୀ ଦଳ ନେତା ପଦ ପାଇବା ପାଇଁ ଆବଶ୍ୟକ ସର୍ବନିମ୍ନ 10 ପ୍ରତିଶତ ଆସନ(54) ପାଇବାରେ ମଧ୍ୟ ଦଳ ସମର୍ଥ ହୋଇନାହିଁ। ଆପଣଙ୍କର ପ୍ରତିକ୍ରିୟା!

ସତରେ ଏହା ଏକ ବଡ଼ ଚ୍ୟାଲେଞ୍ଜ। ସମୟ ଥିଲା ଯେତେବେଳେ ଆମେ ବ୍ୟାକ୍ ଫୁଟରେ ରହୁଥିଲୁ। ଆମ ପାଖକୁ ଯଦି ନେତୃତ୍ବ ନେବାର ସମୟ ଆସେ ତେବେ ଆମେ ଏହାକୁ ନେବା ଉଚିତ୍। ମୋର ନିଜ ରାଜ୍ୟରେ 1967 ପରଠାରୁ ଆମେ କ୍ଷମତାରେ ନାହୁଁ ଏବଂ ଅନ୍ତତଃ ପରବର୍ତ୍ତୀ 600 ବର୍ଷ ଯାଏଁ କ୍ଷମତାକୁ ଆସି ପାରିବୁ ନାହିଁ। କିନ୍ତୁ ତାମିଲନାଡୁର ଏମିତି ଏକ ଗାଁ ନାହିଁ ଯେଉଁଠି କଂଗ୍ରେସକୁ ସମର୍ଥନ ଦେବାକୁ କେହି ନଥିବେ। ଏହା ହିଁ ଆମକୁ ଡିଏମକେ ଏବଂ ଆନ୍ନାଡିଏମକେ ମଧ୍ୟରେ ତାଳମେଳ ରଖିବାକୁ ଏକ ଭୂମିକା ଦେଇଛି ଏବଂ ଆମେ ତିଷ୍ଠି ରହିଛୁ। ମୁଁ ଯେତେବେଳେ 1991ରେ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇ ଆସିଥିଲି, ଆନ୍ନାଡିଏମକେ ସହିତ ହୋଇଥିବା ଆମର ମେଣ୍ଟ ତାମିଲନାଡୁରେ ସମସ୍ତ 39ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଥିଲା। ସଂସଦୀୟ ରାଜନୀତିରେ ଗତିଶୀଳତା ରହି ଆସିଛି। ଆମେ କେଉଁ ସ୍ଥିତିରେ ରହିଛେ ତାହା ଆତ୍ମସମୀକ୍ଷା କରିବା ସହିତ ଦଳରୁ ପୃଥକ୍ ହୋଇ ଯାଇଥିବା ସମାଜର ବିଭିନ୍ନ ବର୍ଗର ଗୋଷ୍ଠୀଙ୍କୁ ପୁଣି ଥରେ କିପରି ଏକାଠି କରିବା।

ଏହା ହେଉଛି ସମାଧାନର ଦୀର୍ଘ-ମିଆଦୀ ପନ୍ଥା। ବର୍ତ୍ତମାନ ପାଇଁ କଂଗ୍ରେସ ଜଣେ ନିର୍ବାଚିତ ସଭାପତି ଆବଶ୍ୟକ କରୁଛି କି?

ଯଦି ବର୍ତ୍ତମାନର ନେତୃତ୍ବ ଅଧିକ ସମୟ ଦଳୀୟ ବ୍ୟାପାର ପାଇଁ ଦେଇପାରିବେ ତେବେ ଏହା ଅତ୍ୟନ୍ତ ଭଲ। ବିଚରା ରାହୁଲ ଗାନ୍ଧି ଏକ ବିକଳ୍ପ ବାହାର କରିବା ପାଇଁ କଂଗ୍ରେସକୁ ପ୍ରତିଟି ସୁଯୋଗ ଦେଲେ। ସେ ଦଳୀୟ ନେତୃତ୍ବ ଛାଡିବା ସହି ତାଙ୍କ ପରିବାରର କେହି ନେୃତ୍ବତ୍ବ ନେବେ ନାହିଁ ବୋଲି ଦୁଇ ମାସରୁ ଅଧିକ ସମୟ ହେଲା କହି ଆସୁଛନ୍ତି। କିନ୍ତୁ କଂଗ୍ରେସରେ କେହି ବି ଜଣେ ଦଳର ନେତୃତ୍ବ ନେବା ପାଇଁ ଆଗେଇ ଆସିବାକୁ ଇଚ୍ଛା ପ୍ରକାଶ କଲେନାହିଁ। ବିଜେପିର ଲକ୍ଷ୍ୟ ହେଉଛି କଂଗ୍ରେସ ମୁକ୍ତ ଭାରତ ଏବଂ କଂଗ୍ରେସ ଯଦି ଗାନ୍ଧି ମୁକ୍ତ ହୋଇଯାଏ ତେବେ ସେମାନେ ସେଥିରେ ସଫଳ ହେବେ। ନେତୃତ୍ବ ପ୍ରସଙ୍ଗରେ ଆମର ସମୟ ବରବାଦ କରିବା ଉଚିତ୍ ନୁହେଁ।

ସୁତରାଂ ଆପଣ କହୁଛନ୍ତି ଗାନ୍ଧି ପରିବାର ଅପରିହାର୍ଯ୍ୟ? ଦଳକୁ ସୁଦୃଢ କରିବା ଉପରେ କ’ଣ କହିବେ?

ଗାନ୍ଧି ପରିବାରର ତିନି ଜଣଙ୍କ ମଧ୍ୟରେ କେହି ଜଣେ ଦଳର ମଙ୍ଗ ଧରିବେ, ଏନେଇ ମୋ ମନରେ କୌଣସି ପ୍ରଶ୍ନ ହିଁ ଉଠୁନାହିଁ। ଯଦି ଚାହାଁନ୍ତି ସେ ରାହୁଲ ହୋଇପାରନ୍ତି। ଦଳ ପାଇଁ ସେ ଏବେ ପ୍ରସ୍ତୁତ ଅଛନ୍ତି ବୋଲି ତାଙ୍କୁ ପୁଣି ଥରେ କହିବାକୁ ପଡ଼ିବ। ଜଣେ ଚାହୁଁନଥିବା ବ୍ୟକ୍ତିଙ୍କୁ ଆମେ କିପରି ନେତୃତ୍ବ ନେବା ପାଇଁ ବାଧ୍ୟ କରିପାରିବା। ହୁଏତ ସେ ତାଙ୍କର ମନ ବଦଳାଇ ପାରନ୍ତି କିମ୍ବା ପ୍ରିୟଙ୍କା ଆସିପାରନ୍ତି କିମ୍ବା ଅସୁସ୍ଥତା ସତ୍ତ୍ବେ ସୋନିଆ ଗାନ୍ଧି ଦାୟିତ୍ବ ଆଗକୁ ବି ତୁଲାଇ ପାରନ୍ତି। ଦଳ ହିସାବରେ ଆମକୁ ଦୃଢ ସଂକଳ୍ପ ନେବାକୁ ପଡ଼ିବ ଯେ ବିଜେପି ହେଉଛି ଆମର ଏକମାତ୍ର ଶତ୍ରୁ। ଆଉସବୁ ପଛ। ଆମେ ଯେଉଁସବୁ ସାମାଜିକ ଗୋଷ୍ଠୀକୁ ହରାଇଛୁ, ସେମାନଙ୍କୁ ଫେରାଇ ଆଣିବା ଲାଗି ଆମକୁ ଶକ୍ତିଶାଳୀ ମେଣ୍ଟ ଗଠନ କରିବାକୁ ପଡ଼ିବ। ଜଣେ ଗାନ୍ଧିଙ୍କ ନେତୃତ୍ବରେ ଆମକୁ ଏକାଠି ହୋଇ ଆସନ୍ତା ଚାରି ବର୍ଷ ସଂଘର୍ଷ କରିବାକୁ ପଡ଼ିବ ଏବଂ ଦେଖିବା ଆମେ ଭଲ ପ୍ରଦର୍ଶନ କରିପାରୁଛେ କି ନାହିଁ। ଦଳ ଦୁର୍ବଳ କାରଣରୁ ଯେ ଲୋକସଭାରେ ଆମର ସଂଖ୍ୟା 52କୁ ଖସି ଆସିଛି ତା ନୁହେଁ, ଅଣ ବିଜେପି ଭୋଟ ଯାହାକି 2019ରେ 63 ପ୍ରତିଶତ ଥିଲା ସେଥିରେ ବିଭାଜନ ଯୋଗୁଁ ଏପରି ସ୍ଥିତି ହୋଇଛି। ଆମକୁ ଅଣ ବିଜେପି ଭୋଟ ଏକାଠି କରିବାକୁ ପଡ଼ିବ। ଯଦି ଆମେ ଏକ ଦୃଢ ନେତୃତ୍ବରେ ମିଳିତ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିପାରିବା ତେବେ କଂଗ୍ରେସ ତାର ବିଶ୍ବାସ ଫେରିପାଇବ। ଗାନ୍ଧି ପରିବାରର ପାଞ୍ଚ ପିଢି କଂଗ୍ରେସର ନେତୃତ୍ବ ନେଇଛନ୍ତି ଏବଂ ଏହାସତ୍ତ୍ବେ ଦଳରେ ଯଦି ସହମତ ପ୍ରକାଶ ପାଉନାହିଁ ତେବେ ଆଉ କେହି ନୂଆ ଚେହେରାଙ୍କୁ ନେଇ ପ୍ରୟାସ କରିବାର ସମୟ ଆସିଛି।

ପ୍ରଶ୍ନ-ସୁତରାଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆପଣଙ୍କ ପସନ୍ଦ?

ନା, ମୋର ପସନ୍ଦ ଜଣେ ଗାନ୍ଧି, କିଏ ହେବେ ତାଙ୍କ ପରିବାର ବାଛିବେ।

ପ୍ରଶ୍ନ- ଜଣେ ଅଣ-ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବା ନେଇ 2019 ପରଠାରୁ ଆଲୋଚନା ଚାଲିଛି ? ଏହା ଏକ ଭଲ ବିକଳ୍ପ ହେବ କି?

ମୁଁ ଯୁବକ ଥିବା ବେଳେ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ମଧୁବାଳା ମୋର ହେବା ନେଇ ମୁଁ ଇଚ୍ଛା ରଖିଥିଲି। ତାହା ଘଟିନଥିଲା। ଜଣେ ଅଣ-ଗାନ୍ଧିଙ୍କୁ କଂଗ୍ରେସ ମୁଖ୍ୟ କରିବି ଦାବି ମୋତେ ମୋର ସେହି ପୁରୁଣା ଇଚ୍ଛା ଭଳି ସମାନ ଲାଗୁଛି। ଜଣେ ଗାନ୍ଧି ଥିବା ଯାଏଁ କୌଣସି ଅଣ-ଗାନ୍ଧି ସେହି ସ୍ଥାନକୁ ଆସିପାରିବେ ନାହି।

ପ୍ରଶ୍ନ-ଆଭ୍ୟନ୍ତରୀଣ ନିର୍ବାଚନ ସମ୍ପର୍କରେ କ’ଣ କହିବେ?

ପୂର୍ବତନ ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି 1990ରେ ଏହା କହୁଥିଲେ ଏବଂ ରାହୁଲ 2007 ପରଠାରେ ଏହା କହି ଆସୁଛନ୍ତି। ଏପରିକି ସେ ଭାରତୀୟ ଯୁବ କଂଗ୍ରେସ ଏବଂ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିଅନ ଅଫ୍ ଇଣ୍ଡିଆରେ ଏହା କରିବା ପାଇଁ ଉଦ୍ୟମ କରି ଆସୁଛନ୍ତି। ସେଠାରେ ବି ଅନେକ ବିବାଦ ରହିଛି କିନ୍ତୁ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏସବୁ ହେଉଛି ଅଭିନବ ଚିନ୍ତାଧାରା। ମୁଁ ଆଶା କରୁଛି 23 ଜଣ ବରିଷ୍ଠ ନେତା ଦେଇଥିବା ପ୍ରସ୍ତାବ ମଧ୍ୟରୁ ଦଳ ଅନେକ ଗ୍ରହଣ କରିବ।

ଅମିତ୍ ଅଗ୍ନିହୋତ୍ରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.