ମହାରାଷ୍ଟ୍ର: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟିଛି । ବଦଲାପୁର ସହରର ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲଫମ୍ୟାଣ୍ଟ କର୍ପୋରେସନର ଏକ କମ୍ପାନୀରେ ଘଟିଛି ଅଗ୍ନିକାଣ୍ଡ।
ଆଜି ସକାଳୁ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର 5 ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଜଣେ ଆହତ ହୋଇଥିବା ଖବର ମିଳିଛି।