ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦ ଟୁଲିପ ଇଷ୍ଟେଟରେ ଥିବା ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ 17ଟି ଦମକଳ ଗାଡି ନିୟୋଜିତ ହୋଇଛି । ଏହି ଅଗ୍ନିକାଣ୍ତରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।
ସୂଚନା ଅନୁସାରେ,କାରଖାନାରେ ନିଆଁ ଲାଗି ଥିବାନେଇ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ