ETV Bharat / bharat

ରାତାରାତି କୋଟିପତି ହେଲେ ଚାଷୀ, ପଢନ୍ତୁ କିପରି...

ଲଟେରୀ ବନେଇଦେଲା କୋଟିପତି । 3ଟି ଲଟେରୀ କିଣି ମାଲାମାଲ ହେଲେ ହରିୟାଣା ଟୋହାନା ଅଞ୍ଚଳର ଚାଷୀ ବଲୱନ୍ତ ସିଂହ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ
author img

By

Published : Jul 25, 2019, 9:04 PM IST

ଚଣ୍ଡିଗଡ: କଥାରେ ଅଛି, "ଆହ୍ଲା ଜବ ଦେତା ହୈ, ତୋ ଛପର ଫାଡକେ ଦେତା ହୈ "। ଏଭଳି ଏକ ଘଟଣା ଘଟିଛି ହରିୟାଣାସ୍ଥିତ ଟୋହାନା ଅଞ୍ଚଳରେ । ଏଠାକାର ଜଣେ ଚାଷୀ ରାତାରାତି କୋଟିପତି ହୋଇଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଚାଷୀ ଜଣକ ହେଉଛନ୍ତି ବଲୱନ୍ତ ସିଂହ । ସେ ନିଜ ଝିଅକୁ ଭେଟିବା ପାଇଁ ପଞ୍ଜାବରେ ଥିବା ତାର ଶାଶୁ ଘରକୁ ଯାଇଥିଲେ । ତେବେ ଫେରିବା ବାଟରେ ଏକ ଦୋକାନରୁ 3ଟି ଲଟେରୀ ଟିକେଟ କିଣିଥିଲେ । ଏହାପରେ ଲଟେରୀ ଡ୍ର ହେବାପରେ ଜଣାପଡିଲା ଯେ, ବଳବନ୍ତ ସିଂହ ଦେଢ କୋଟି ଟଙ୍କାର ବିଜେତା ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ସୂଚନାମୁତାବକ, ସର୍ଦ୍ଦାର ବଲବନ୍ତ ସିଂହ 70 ଦଶକରେ ଟୋହାନ ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ଭାବେ ର ଦାୟିତ୍ୱ ନେଇଥିଲେ। ବଲୱନ୍ତଙ୍କର ପୁଅଙ୍କ କହିବା ଅନୁସାରେ, ପୂର୍ବରୁ ମଧ୍ୟ ତାଙ୍କ ବାପା ଏମିତି ବହୁତ ଲଟେରୀ ଟିକେଟ ନେଇଛନ୍ତି । କିନ୍ତୁ ଚଳିତଥର କିଣିଥିବା 3ଟି ଯାକ ଲଟେରୀରେ ତାଙ୍କର ନାଁ ଆସିଛି । ଯାହାଦ୍ୱାରା ସେ ଦେଢ କୋଟି ଟଙ୍କା ଜିତିଛନ୍ତି।

ସାରା ଜୀବନ ଜମିରେ କାମ କରି ଖରା ବର୍ଷା ଶୀତ ସହି ବହୁ କଷ୍ଟରେ ନିଜ ପରିବାରୁକୁ ଚଳାଇ ଆସିଥିବା ବଲୱନ୍ତ ଆଜି କୋଟିପତି ହେବା ଜାଣି ତାଙ୍କ ପରିବାରରେ ଖୁସିଲ ଲହରୀ ଖେଳିଯାଇଛି । ଆଉ ବନ୍ଧୁ ବାନ୍ଧବଙ୍କ ଠାରୁ ଆରମ୍ଭ କରି ପରିଜନ ସମସ୍ତଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.