ETV Bharat / bharat

ବର୍ଷର ସବୁଠୁ ମହଙ୍ଗା ଘର, 136.27 କୋଟିରେ କିଣିଲେ ବ୍ୟବସାୟୀ - ବ୍ୟବସାୟୀ

ଜଣେ ବ୍ୟବସାୟୀ ଏକ ଘରକୁ ମହଙ୍ଗା ଦାମରେ କିଣିଛନ୍ତି । ଯାହା ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟୀ ଜଣକ ଲୋୟର ପେରେଲରେ ଏକ ଘରକୁ 136 କୋଟି 27 ଲକ୍ଷ ଟଙ୍କା କିଣିଛନ୍ତି ।

ମହଙ୍ଗା ଘର
ମହଙ୍ଗା ଘର
author img

By

Published : Jun 26, 2020, 1:16 PM IST

ମୁମ୍ବାଇ: କିଛି ଦିନ ପୂର୍ବେ ମୁମ୍ବାଇର ବିକେସିରେ ଏକ ଚାଳଘରକୁ 1 କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ତେବେ ବର୍ତ୍ତମାନ ଜଣେ ବ୍ୟବସାୟୀ ଏକ ଘରକୁ ମହଙ୍ଗା ଦାମରେ କିଣିଛନ୍ତି । ଯାହା ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟୀ ଜଣକ ଲୋୟର ପେରେଲରେ ଏକ ଘରକୁ 136କୋଟି 27 ଲକ୍ଷ ଟଙ୍କା କିଣିଛନ୍ତି ।

ନୀରଜ କୋଚର ଏବଂ କନିକା ଧ୍ରୁବ କୋଚର 136.27 କୋଟି ଟଙ୍କା ଦେଇ ଏହି ଘରଟିକୁ କିଣିଛନ୍ତି । ନୀରଜ କୋଚର ଏକ ଷ୍ଟିଲ କମ୍ପାନୀର ଅଧ୍ୟକ୍ଷ ଅଟନ୍ତ । ଲକଡାଉନ ଆରମ୍ଭ ହେବାର 2-3 ଦିନ ପୂର୍ବରୁ ସେମାନେ ଏହି ଘରଟିକୁ କିଣିଥିଲେ । ତେବେ ଏହା ଚଳିତ ବର୍ଷ କିଣାଯାଇଥିବା ସବୁଠୁ ମହଙ୍ଗା ଘର ବୋଲି କୁହାଯାଉଛି ।

ଲୋୟର ପରେଲରେ ଥିବା ଏହି ଘରର 4ଟି ଫ୍ଲାଟ ସେମାନେ କିଣିଛନ୍ତି । ଘରର ମୋଟ କ୍ଷେତ୍ରଫଳ 21004 ବର୍ଗଫୁଟ ରହିଛି । ଏହି ହିସାବରେ ଦେଖିବାକୁ ଗଲେ ଘରଟିକୁ 64,878 ଟଙ୍କା ପ୍ରତି ବର୍ଗଫୁଟରେ କିଣାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.