ନୂଆଦିଲ୍ଲୀ: କୋରୋନାରେ ସଂକ୍ରମିତ ହେବା ଭୟରେ ଦିଲ୍ଲୀରେ ଜଣେ ରାଜସ୍ବ ବିଭାଗର ଜଣେ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଅଧିକାରୀ ଜଣକ ତାଙ୍କ କାରରେ ଏସିଡ୍ ପକାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ଦ୍ବାରକା ଠାରେ ଥିବା ଭାରତୀୟ ରାଜସ୍ବ ସେବାରେ କାର୍ଯ୍ୟ କରୁଥିଲେ ଏହି 56 ବର୍ଷିୟ ଅଧିକାରୀ ଜଣକ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଦିଲ୍ଲୀରେ ରବିବାର 2,224 ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ପଜେଟିଭ ସଂଖ୍ୟା 41,000 ଅତିକ୍ରମ କରିଛି । ଏଥି ସହିତ ରାଜଧାନୀରେ କୋଭିଡ -19ର ମୃତ୍ୟୁ ସଂଖ୍ୟା 1,327ରେ ପହଞ୍ଚିଛି। ଜାତୀୟ ରାଜଧାନୀରେ ଗୋଟିଏ ଦିନରେ ଏହା ସର୍ବାଧିକ ବୋଲି ସୂଚନା ମିଳିଛି । ଏହାପୂର୍ବରୁ, ଜୁନ୍ 12 ରେ ସର୍ବାଧିକ 2,137 ଟି ନୂଆ ପଜେଟିଭ ଚିହ୍ନଟ ହୋଇଥିଲା । ସ୍ବାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀର କୋଭିଡ -19ରେ 56 ଜଣଙ୍କର ମୃତ୍ୟୁ ଘଟିଛି।
ସୌଜନ୍ୟ @ ANI