ETV Bharat / bharat

ବୃଦ୍ଧାଙ୍କ ଜୀବନ ନେଲା ନାଗରିକତା ସଂଶୋଧନ ଆଇନ !

ନାଗରିକତା ସଂଶୋଧନ ଆଇନ ବିରୋଧରେ ଲଢେଇ କରି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଗତ ମାସରେ ସମାନ ଢଙ୍ଗରେ ହୋଇଥିଲା ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ....

Women death for anti-CAA protest
ବୃଦ୍ଧାଙ୍କ ମୃତ୍ୟୁ !
author img

By

Published : Mar 11, 2020, 8:34 AM IST

ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନ ବିରୋଧରେ ଲଢେଇ କରି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶରେ ଘଟିଛି ଏଭଳି ଘଟଣା । ମୃତକଙ୍କ ନାଁ ଫରିଦା ବୋଲି ଜଣାପଡିଛି । ରିହାଇ ମଞ୍ଚର ସାଧାରଣ ସମ୍ପାଦକ ରାଜୀବ ଯାଦବ କହିଛନ୍ତି ବର୍ଷାରେ ଭିଜି ସେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥଲା, ହେଲେ ଶନିବାର ଦିନ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ମାସରେ ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁ ଘଟିଛି ବୋଲି ମଞ୍ଚର ସାଧାରଣ ସମ୍ପାଦକ କହିଛନ୍ତି। ।

Women death for anti-CAA protest
ବୃଦ୍ଧାଙ୍କ ମୃତ୍ୟୁ !

ବୃଦ୍ଧାଙ୍କ ମୃତ୍ୟୁ ପାଇଁ ସେ ପୋଲିସକୁ ଦାୟୀ କରିଛନ୍ତି । କାହିଁକି ନା ପୋଲିସ ଧାରଣାସ୍ଥଳରେ ତମ୍ବୁ ବାନ୍ଧିବା ପାଇଁ ଅନୁମତି ଦେଇ ନଥିଲା । ଫଳରେ ଧାରଣାସ୍ଥଳରେ ବର୍ଷା ହେବାରୁ ବୃଦ୍ଧା ଅସୁସ୍ଥ ହୋଇପଡିଥିଲେ । ସେପଟେ, ଆନ୍ଦୋଳନକାରୀଙ୍କୁ ଧାରଣା କରିବା ପାଇଁ ଅନୁମତି ନ ଥିଲା ବୋଲି କହିଛନ୍ତି ଲକ୍ଷ୍ନୌ ପୋଲିସ କମିଶନର ନବୀନ ଆରୋରା । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ବୃଦ୍ଧା ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.