ETV Bharat / bharat

ଛୋଟ ବୟସରେ ବଡ କୃତିତ୍ବ, ଚତୁର୍ଥ ଶ୍ରେଣୀରୁ 'ଇଣ୍ଡିଆ ବୁକ ଅଫ ରେକର୍ଡ'ରେ ନାଁ - ବେଙ୍ଗାଲୁରୁର ମାନ୍ୟା

ଅତି କମ୍ ବୟସରୁ ପୁସ୍ତକ ରଚନା କରି 'ଇଣ୍ଡିଆ ବୁକ ଅଫ ରେକର୍ଡ'ରେ ନାମ ବନାଇଲେ ମାନ୍ୟା । ଅଧିକ ପଢନ୍ତୁ...

ବୟସ ଛୋଟ ହେଲେ କୃତିତ୍ବ ବଡ, ଚତୁର୍ଥ ଶ୍ରେଣୀରୁ 'ଇଣ୍ଡିଆ ବୁକ ଅଫ ରେକର୍ଡ'ରେ ନାଁ

author img

By

Published : Oct 4, 2020, 8:19 PM IST

ବେଙ୍ଗାଲୁରୁ: ବୟସ ଛୋଟ ହେଲେ କାମ ବଡ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଅତି କମ୍ ବୟସରେ 'ଇଣ୍ଡିଆ ବୁକ ଅଫ ରେକର୍ଡ'ରେ ନିଜର ନାମ ବନାଇ ପାରିଛନ୍ତି ବେଙ୍ଗାଲୁରୁର ମାନ୍ୟା । ମାତ୍ର ଚତୁର୍ଥ ଶ୍ରେଣୀରେ ପଢୁଥିବା ମାନ୍ୟା 'ପୁଟାନି ସମ୍ରାକ୍ଷକରୁ' ନାମକ ଏକ ପୁସ୍ତକ ରଚନା କରି 'ବୁକ ଅଫ ଇଣ୍ଡିଆ'ରେ ନିଜର ନାଁ ସାମିଲ କରିଛନ୍ତି । ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମାନ୍ୟା ଏହି ପୁସ୍ତକରେ ଲକଡାଉନ ସମୟରେ ପିଲାମାନଙ୍କ ପାଇଁ ସାହିତ୍ୟିକ, ଲେଖା ଓ ଇଂରାଜୀ ଭଳି ଧାରଣା ଅନ୍ତର୍ଭୁକ୍ତ କରିଛନ୍ତି। ଏହି ପୁସ୍ତକ ବର୍ତ୍ତମାନର ଜଳ ସଂକଟ ଓ ଏହାର ସଂରକ୍ଷଣର ତୀବ୍ରତା ଉପରେ ମଧ୍ୟ ଆଲୋକପାତ କରିଛି । ସେ ବିଭିନ୍ନ ସରଳ ଉଦାହରଣ ମାଧ୍ୟମରେ ପ୍ରତିଦିନ ଜଳ ସମସ୍ୟା ଉପରେ ଲେଖିଥାନ୍ତି।

ପୂର୍ବରୁ ତାଙ୍କର ପ୍ରଥମ ପୁସ୍ତକ 'ପ୍ରକୃତି ଆମର ଭବିଷ୍ୟତ' ପାଇଁ ସେ 'ଜୁନିଅର ଅଥର' ଏବଂ ଏସିଆ ବୁକ ଅଫ ରେକର୍ଡ ଦ୍ବାରା 'ଗ୍ରାଣ୍ଡମାଷ୍ଟର' ଆଖ୍ୟା ମଧ୍ୟ ପାଇଛନ୍ତି । ମାତ୍ର ଚତୁର୍ଥ ଶ୍ରେଣୀରେ ପଢୁଥିବା ମାନ୍ୟା ବେଙ୍ଗାଲୁରୁରେ ରୁହନ୍ତି । ତାଙ୍କ ବାପାଙ୍କ ନାମ ହର୍ଷ ଓ ଚିତ୍ରା । ଛୋଟବେଳରୁ ମାନ୍ୟା ପାଠ ସହିତ ଅତିରିକ୍ତ ପାଠ୍ୟକ୍ରମରେ ବି ଆଗ୍ରଣୀ ଅଟନ୍ତି ।

ବୟସ ଛୋଟ ହେଲେ କୃତିତ୍ବ ବଡ, ଚତୁର୍ଥ ଶ୍ରେଣୀରୁ 'ଇଣ୍ଡିଆ ବୁକ ଅଫ ରେକର୍ଡ'ରେ ନାଁ

ଶିକ୍ଷା ଠାରୁ ଆରମ୍ଭ କରି ବାଣିଜ୍ୟ ଯାଏଁ ପ୍ରତ୍ୟେକ କ୍ଷେତ୍ର କୋରୋନା ପାଇଁ ବିପର୍ଯ୍ୟସ୍ତ ହୋଇପଡିଛି । ବିଶେଷକରି ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରଭାବ ବେଶ୍ ଗୁରୁତର ରହିଛି । ବର୍ତ୍ତମାନ ସ୍ଥିତିରେ ଅନଲାଇନ ପାଠ୍ୟକ୍ରମ ଶିକ୍ଷାଦାନ ଏକ ମାତ୍ର ମାଧ୍ୟମ ପାଲଟିଛି । ତେବେ ଛାତ୍ରଛାତ୍ରୀମାନେ ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ବିଭିନ୍ନ ସହ ପାଠ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ତେବେ କୋରୋନା କାଳରେ ମାନ୍ୟାଙ୍କର ଏହି ଚମତ୍କାର କୃତିତ୍ବ ବାସ୍ତବରେ ବେଶ୍ ପ୍ରଶଂସନୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.