ନୂଆଦିଲ୍ଲୀ: କୋରୋନା ମହାମାରୀ ଏବଂ ଦେଶର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଜେଇଇ ଏବଂ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ଅବିଭାବକଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଏହାକୁ ନିର୍ଦ୍ଧାରିତ ସମୟରେ ହିଁ କରିବାକୁ ଅଡି ବସିଛନ୍ତି । ତେବେ ଇତି ମଧ୍ୟରେ ଜଣେ 17ବର୍ଷିୟା ଛାତ୍ରୀ ଜେଇଇ ଏବଂ ନିଟ୍ ପରୀକ୍ଷା ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ।
ଜଣେ 17 ବର୍ଷ ବୟସ୍କା ଜେଇଇ ପ୍ରାର୍ଥୀ ଆଜି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କୁ ଏକ ଚିଠି ଦାଖଲ କରିଛନ୍ତି। କୋରୋନା ମହାମାରୀ ଏବଂ ଦେଶରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଟ୍ ଏବଂ ଜେଇ ପରୀକ୍ଷା ସ୍ଥଗିତ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ପାଇଁ ସେ ଏଥିରେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏନଟିଏ ସେପ୍ଟେମ୍ବର ୧ ରୁ ୬ ମଧ୍ୟରେ ବୈଷୟିକ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଜେଇ (ମେନ୍) ଏବଂ ସେପ୍ଟେମ୍ବର ୧୩ ରେ ନିଟ୍ ପରୀକ୍ଷା କରିବାକୁ ଯୋଜନା କରିଛି ।