ରାଞ୍ଚି: ପୁଣି ଲଜ୍ୟା । ନାବାଳିକାଙ୍କୁ ଗଣ ଦୁଷ୍କର୍ମ । ଏଭଳି ଲଜ୍ୟାଜନକ ଘଟଣା ଘଟିଛି ଝାଡଖଣ୍ଡର ଡୁମକା ଜିଲ୍ଲାରେ । ହେଲେ ସମସ୍ତ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ପୁରା ଦେଶରେ ଲକ ଡାଉନ ଚାଲୁ ଥିବାରୁ ନାବାଳିକା ଜଣକ ଘରେ ପହଞ୍ଚିାଇବା ପାଇଁ ନିଜ ସାଙ୍ଗକୁ କହିଥିଲେ ।
ହେଲେ ସାଙ୍ଗ ଜଣକ ଏହାର ଫାଇଦା ଉଠାଇ ଥିଲେ । ନାବାଳିକାଙ୍କୁ ଘରେ ପହଞ୍ଚାଇବା ପରିବର୍ତ୍ତେ, ନିଜ ସାଙ୍ଗ ମାନଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ । ଏହି ଘଟଣାଟି ମାର୍ଚ୍ଚ ୨୪ରେ ଘଟିଥିଲା । ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ଖୁବଶିଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୌଜନ୍ୟ @ ANI