ମୁମ୍ବାଇ : ହଷ୍ଟେଲରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମହାରାଷ୍ଟ୍ରର ନାଗପୁରରୁ । ହଷ୍ଟେଲର ଜଣେ ସୁପରିଟେଣ୍ତଣ୍ଟ ନାବାଳିକା ଜଣକଙ୍କୁ ଦୁଷ୍କର୍ମ କରିଛନ୍ତି । ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ନାବାଳିକାଙ୍କ ମା ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲେ । ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରି ତିନି ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ନାବାଳିକା ନାଗପୁରର କୋଟାଲ ଅଞ୍ଚଳରେ ରହି 5ବର୍ଷ ଧରି ପାଠ ପଢୁଥିଲେ । ହେଲେ ସେଠାକାର ହଷ୍ଟେଲ ସୁପରିଟେଣ୍ତଣ୍ଟ ରାଜେନ୍ଦ୍ର କାଲବାନ୍ଦ୍ରେ ଦୀର୍ଘ ଦିନ ଧରି ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ତେବେ, ପୀଡିତା ଗର୍ଭବତୀ ହେବା କଥା ପରିବାର ଲୋକେ ଜାଣିବା ପରେ ତାଙ୍କ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ