ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍ ଆଜି ସଂସଦରେ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ସମୟରେ ନିର୍ମଳା ପ୍ରଧାନମନ୍ତ୍ରୀ ନେଇଥିବା ଅନେକ ଯୋଜନା ଏବଂ ପଦକ୍ଷେପ ସମ୍ବନ୍ଧରେ ବାର୍ତ୍ତା ରଖିଥିଲେ ।
ଦେଶରେ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ଯ, ଗ୍ରମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପେନସନ୍ ଏବଂ ପାନୀୟଜଳ, ଗୃହଋଣ ଭଳି ବିତ୍ତୀୟ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ବଡ଼ ପଦକ୍ଷେପ ନେଇଥିବା କହିଛନ୍ତି ନିର୍ମଳା । ଜାଣନ୍ତୁ, ବଜେଟର ରୂପରେଖକୁ ନେଇ କେଉଁ ନେତାଙ୍କ ପ୍ରତିକ୍ରିୟା କଣ ରହିଛି ?
ନରେନ୍ଦ୍ର ମୋଦି: ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ବଜେଟକୁ ପ୍ରତିକ୍ରିୟା ରଖିଛନ୍ତି । ଦେଶକୁ ସମୃଦ୍ଧ ଏବଂ ପ୍ରତ୍ୟେକ ଜନସାଧାରଣଙ୍କୁ ସମର୍ଥ- ଶକ୍ତିଶାଳୀ କରିବାରେ ଏହି ବଜେଟ ମୁଖ୍ୟ ଭୂମିକା ଗ୍ରହଣ କରିବ । ଯୁବକମାନଙ୍କୁ ନିଯୁକ୍ତି ପାଇଁ ସୁଯୋଗ ମିଳିବ । ମଧ୍ୟମ ବର୍ଗ ଶ୍ରେଣିର ଲୋକମାନଙ୍କର ପ୍ରଗତି ଏବଂ ବିକାଶ କାର୍ଯ୍ୟ ଆହୁରି ବ୍ୟାପକ ମାତ୍ରାରେ ବୃଦ୍ଧି କରିବ । ବଜେଟ୍ ଫୋକସରେ ଆୟକର କର ଛାଡ଼ , ଆଧାରକାର୍ଡ ଆଧୁନିକୀକରଣ । ତେଣୁ ସମୁଦାୟ ଭାବରେ ଏହି ବଜେଟ ରାଷ୍ଟ୍ର ଗଠନ ପାଇଁ ଏକାନ୍ତ ବୈପ୍ଳବିକ ଆଧାର ହେବ ବୋଲି ମୋଦି କହିଛନ୍ତି ।
ଅମିତ ଶାହା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ବଜେଟ ଫର ନ୍ୟୁ ଇଣ୍ଡିଆ’ ପ୍ରସ୍ତୁତ କରିଛନ୍ତି । ସମୃଦ୍ଧ ଏବଂ ପ୍ରଗତିଶୀଳ ରାଷ୍ଟ୍ରର ନିର୍ମାଣ ପାଇଁ ଆଗତ ହୋଇଛି ଏହି ବଜେଟ୍ । 130 କୋଟି ଭାରତୀୟଙ୍କ ପରିଶ୍ରମର ଫଳ ଏହି ଆୟବ୍ଯୟ ଅଟକଳ ମୂଲ୍ଯ । ସ୍ବପ୍ନକୁ ପୂରଣ କରିବା ସହ ଦେଶର ସମସ୍ତ କୃଷକ, ଯୁବକ, ମହିଳା ଏବଂ ବିଶେଷ କରି ଗରିବ ଲେକମାନଙ୍କ ପାଇଁ ବଜେଟ ସାହାରା ସାଜିବ ବୋଲି କହିଛନ୍ତି ଶାହ ।
ରାଜନାଥ ସିଂହ: ସାମାଜିକ- ଆର୍ଥିକ ପରିବର୍ତ୍ତନ ପାଇଁ ଏହି ବଜେଟ ଏକାନ୍ତ ସହାୟକ ହେବ । ଭାରତର ଅର୍ଥନୀତିକୁ 5 ଟ୍ରିଲିୟନ ଡ଼ଲାରରେ ପହଁଚାଇବାକୁ ଏହା ସଫଳ କରିବ । ସେହିପରି ସମାଜର ସମସ୍ତ ବର୍ଗର ଲୋକମାନଙ୍କୁ ନଜରରେ ରଖି ବଜେଟର ରୂପରେଖ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।