ETV Bharat / bharat

ଦେଶରେ 24 ଘଣ୍ଟାରେ 9110 ନୂଆ କୋରୋନା ଆକ୍ରାନ୍ତ, 78 ମୃତ - କୋରୋନା ଅପଡେଟ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 9 ହଜାର 110ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ 78 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 9,110 ନୂଆ ସଂକ୍ରମଣ
ଦେଶରେ 24 ଘଣ୍ଟାରେ 9,110 ନୂଆ ସଂକ୍ରମଣ
author img

By

Published : Feb 9, 2021, 1:13 PM IST

ନୂଆଦିଲ୍ଲୀ: ଭାରତରେ ଟୀକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 9 ହଜାର 110ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ସେହିପରି 78 ଜଣଙ୍କ ମୃତ୍ୟୁ ହୋଇଛି। ନୂତନ ସଂକ୍ରମଣକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 08 ଲକ୍ଷ 47 ହଜାର 304ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 1 ଲକ୍ଷ 55 ହଜାର 158ରେ ପହଞ୍ଚିଛି।

ସେହିପରି ଗତ 24 ଘଣ୍ଟା ମଧ୍ୟରେ 14 ହଜାର 016 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ଦେଶରେ ସୁସ୍ଥ ସଂଖ୍ୟା 1 କୋଟି 5 ଲକ୍ଷ 48 ହଜାର 521 ରେ ପହଞ୍ଚିଛି। ବର୍ତ୍ତମାନ 1 ଲକ୍ଷ 43 ହଜାର 625 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.