ନୂଆଦିଲ୍ଲୀ: ସାରା ଦେଶ ଏବେ ଲକଡାଉନ । କୋରୋନା ମୁକାବିଲା ନେଇ ଲକଡାଉନ ରହିଛି ସବୁ ଅଞ୍ଚଳ । କିନ୍ତୁ ଏମିତି ସମୟରେ ଆତଙ୍କବାଦୀଙ୍କ ଉତ୍ପାତ ଥମିନି । ଗତ 24 ଘଣ୍ଟାରେ ଜମ୍ମୁ-କାଶ୍ମୀରjରେ ନିହତ ହୋଇଛନ୍ତି 9 ଆତଙ୍କବାଦୀ ।
ଶ୍ରୀନଗର କେରନ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ପରେ ଯବାନଙ୍କ ଦ୍ବାରା ନିହତ ହୋଇଥିଲେ 5 ଆତଙ୍କବାଦୀ । ତେବେ 24 ଘଣ୍ଟାରେ ପ୍ରାୟ 9ଜଣଙ୍କୁ ନିହତ କରିଛନ୍ତି ଯବାନ । ଏପଟେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ସମୟରେ 1 ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
କେରନ ଅଞ୍ଚଳରେ ଅଧିକ ବରଫ ଥିବା ଯୋଗୁଁ ଆହତ ଯବାନଙ୍କୁ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଛି । ସେପଟେ ଉତ୍ତର କାଶ୍ମୀରରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ