ହାଇଦ୍ରାବାଦ: ତେଲେଙ୍ଗାନାରେ ଥମିବାର ନାଁ ଧରୁନି କୋରୋନା । ବର୍ତ୍ତମାନ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । କ୍ରମାଗତ ଭାବେ ରାଜ୍ୟରେ ପ୍ରତ୍ୟେକ ଦିନ ମୃତ୍ୟୁ ରିପୋର୍ଟ ରେକର୍ଡ ହେଉଛି । ଗୁରୁବାର ତେଲେଙ୍ଗାନାରେ 209ଟି ନୂଆ ପଜିଟିଭ୍ ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ 9 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଗୁରୁବାର 176 ଜଣ ସୁସ୍ଥହୋଇ ଡିସଚାର୍ଜ ହୋଇଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ପଜିଟିଭ ମାମଲା 4320ରେ ପହଞ୍ଚିଛି । ଗୁରୁବାର GHMC ରେ 175 ଟି ମାମଲା ରିପୋର୍ଟ ଆସିଛି । ସେହିପରି ରାଜ୍ୟରେ ମୋଟ ସକ୍ରିୟ ମାମଲା 2162 ରହିଥିବା ବେଳେ କୋଭିଡ -19 ହେତୁ ମୋଟ ମୃତ୍ୟୁ ସଂଖ୍ୟା 165 ରେ ପହଞ୍ଚିଛି । ସମୁଦାୟ 1993 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବୁଲେଟିନରେ କୁହାଯାଇଛି ।