ଡେରାଡୁନ: ଉତ୍ତରାଖଣ୍ଡରେ 9 ମାସର ଶିଶୁ କୋରୋନା ପଜିଟିଭ ଚିହ୍ନଟ । ଶିଶୁଟି ନିଜ ବାପାଙ୍କଠାରୁ ଏହି ସଂକ୍ରମଣର ଶୀକାର ହୋଇଛି। ବାପା କୋରୋନା ପାଇଁ ପଜିଟିଭ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମାମଲା ସଂଖ୍ୟା 40କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର କହିଛନ୍ତି।
ଶିଶୁର ପିତା ଡେରାଡୁନରେ କୋଭିଡ-19 ପାଇଁ ଚିକିତ୍ସିତ ହେଉଥିବା 10ଟି ତାବଲିଗି ଜମାତ ସଦସ୍ୟଙ୍କ ମଧ୍ୟରୁ ଜଣେ । ବର୍ତ୍ତମାନ ତାଙ୍କୁ ଡୁନ୍ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ଶିଶୁର ମାଆ କୋଭିଡ-19 ରିପୋର୍ଟ ନେଗେଟିଭ ଆସିଛି ।