ରାଞ୍ଚି: 89 ଜଣଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ । କୋରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ଝାଡଖଣ୍ଡର 89 ଜଣଙ୍କୁ ଗିରଫ କରିଛି ପୋଲିସ ।
ଧାନବାଦ, ପାଲାମୌ ଏବଂ ଗରହ୍ୱା ଜିଲ୍ଲାରୁ 8 ଜଣ ଲେଖାଏଁ ଲୋକଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସୋସିଆଲ ମିଡିଆରେ ଗୁଜବ ଖବର ପ୍ରଚାର ନକରିବାକୁ ପୋଲିସ ଲୋକଙ୍କୁ ଚେତାବନୀ ଦେଇଛି । ଯଦି କୌଣସି ବ୍ୟକ୍ତି ଏପରି ଅପରାଧ ମୂଳକ କାର୍ଯ୍ୟ କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡଖଣ୍ଡ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ