ETV Bharat / bharat

ବିନା ଓଟିପିରେ 88 ଜଣଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ

ପଶ୍ଚିମ ଦିଲ୍ଲୀର ତିଲକ ନଗର ଥାନା ଅଞ୍ଚଳରେ 88 ଜଣଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ଟଙ୍କା । ବିନା ଓଟିପିରେ ଟଙ୍କା ଗାଏବ ପରେ ଚିନ୍ତାରେ ଦିଲ୍ଲୀ ପୋଲିସ ।

ପ୍ରତିକାତ୍ମକ ଫଟୋ
author img

By

Published : May 13, 2019, 5:25 PM IST

ନୂଆଦିଲ୍ଲୀ: ସହରରେ ବଢିଚାଲିଛି ସାଇବର କ୍ରାଇମ । ସାଇବର ଅପରାଧୀଙ୍କ ମାଷ୍ଟର ମାଇଣ୍ଡ ଏବେ ପୋଲିସ ଚିନ୍ତାର କାରଣ ପାଲଟିଛି । ପଶ୍ଚିମ ଦିଲ୍ଲୀର ତିଲକ ନଗର ଥାନା 88 ଜଣଙ୍କ ଅଭିଯୋଗ ସମାନ ଆସିଛି । ବିନା ଏଟିଏମ କାର୍ଡ ଓ ଓଟିପି ସେୟାର ନକରି ମଧ୍ୟ ଆକାଉଣ୍ଟରୁ ଗାଏବ ହୋଇଛି ଟଙ୍କା ।

ମିଳିଥିବା ସୂଚନା ଅନୁସାରେ ଗତ 10 ଦିନ ମଧ୍ୟରେ ଏପରି ସମାନ ଘଟଣାକୁ ନେଇ ଗୋଟିଏ ଥାନାରେ 88ଟି ମାମଲା ରୁଜୁ ହୋଇଛି । ସେପଟେ ପୋଲିସର ସାଇବର ସେଲ ଦିନରାତି ଉକ୍ତ ଅପରାଧି କିମ୍ବା ସାଇବର କ୍ରିମିନାଲକୁ ଲଗାତାର ଖୋଜିବାରେ ଲାଗିଛି । ତିଲକ ନଗର ବାସିନ୍ଦାଙ୍କ କହିବା କଥା ହେଲା ସେମାନଙ୍କ ଏଟିଏମ କାର୍ଡ ତାଙ୍କ ପାଖରେ ଅଛି । କାର୍ଡକୁ କୌଣସି ସ୍ଥାନରେ ବ୍ୟବହାର କରିନାହାଁନ୍ତି । କିମ୍ବା ଅଜ୍ଞାତ ଫୋନକଲ ମଧ୍ୟ ଆସିନି । କାହାକୁ ଓଟିପି ନକହିବା ସତ୍ତ୍ବେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେଉଛି । ଥାନାରେ ମାମଲା ରୁଜୁ ମୁତାବକ 88 ଜଣଙ୍କ ଆକାଉଣ୍ଟରୁ 19 ଲକ୍ଷ ଟଙ୍କା ଗାଏବ ହୋଇଛି । ବ୍ୟାଙ୍କରୁ ଯେତେବେଳେ ଏହାର ମେସେଜ ଆସିଲା ସେତେବେଳେ ଟଙ୍କା ଲୁଟ ହେବା କଥା ଜଣାପଡିଲା ।

ଏହି ସମସ୍ତ ଘଟଣା ଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡଧାରୀଙ୍କ ସହ ଘଟିଛି । ସେପଟେ ଆଇଟି ଏକ୍ସପର୍ଟଙ୍କ କହିବା କଥା ହେଲା ଅଧିକାଂଶ ୟୁଜର୍ସ ନିଜର ଆକାଉଣ୍ଟର ସୂଚନା ଏପରି ଏକ ୱେବସାଇଟରେ ସେଭ କରି ରଖନ୍ତି ଯାହାକୁ ସେ ସବୁ ବେଳେ ବ୍ୟବହାର କରନ୍ତି । ଏହାର ଫାଇଦା ଉଠାଇଥାନ୍ତି ସାଇବର କ୍ରିମିନାଲ । ତେଣୁ ଧ୍ୟାନ ରଖିବା ଉଚିତ ଯେ ନିଜର କାର୍ଡ ନଂ ହେଉ କିମ୍ବା ଆକାଉଣ୍ଟ ଡିଟେଲ୍ସ ନିଜର ଫୋନରେ ଏବଂ କୌଣସି ୱେବସାଇଟରେ ସେଭ୍ କରି ରଖିବା କଥା ନୁହେଁ । ଅନ୍ୟ ଏକ ଉପାୟରେ ମଧ୍ୟ ହ୍ୟାକରମାନେ ହ୍ୟାକ କରନ୍ତି । ଯେପରିକି ଗ୍ରାହକଙ୍କ ଏଟିଏମରେ ହ୍ୟାକର ଡାଟା ସ୍କିମିଂ ଡିଭାଇସ ଲଗାଇ ଦିଅନ୍ତି । ଯେତେବେଳେ ଗ୍ରାହକ ନିଜର କାର୍ଡ ସ୍ବାଇପ କରନ୍ତି ସେହି ସମୟରେ କାର୍ଡର ସମସ୍ତ ଡିଟେଲ୍ସ କପି ହୋଇରହିଯାଏ । ଫଳରେ ହ୍ୟାକରମାନେ ସହଜରେ ହ୍ୟାକ କରି ଟଙ୍କା ଗାଏବ କରିନିଅନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.