ETV Bharat / bharat

ଟ୍ରାଉଜରରୁ ମିଳିଲା 30 ଲକ୍ଷ ଟଙ୍କାର ସୁନା ବିସ୍କୁଟ, ଜଣେ ଗିରଫ - ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର

କିଛିଦିନର ବ୍ୟବଧାନ ପରେ ପୁଣିଥରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଆନ୍ତର୍ଜାତୀୟ ବିମାନବନ୍ଦରରୁ 805 ଗ୍ରାମ ଓଜନର 4 ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 30, 2019, 6:23 PM IST

ନୂଆଦିଲ୍ଲୀ: ସ୍ଥାନୀୟ ଇନ୍ଦିରା ଗାନ୍ଧି ଆନ୍ତର୍ଜାତୀୟ ବିମାନବନ୍ଦର(ଆଇଜିଆଇ)ରୁ ପୁଣି ଥରେ ସୁନା ବିସ୍କୁଟ ଜବତ ହୋଇଛି । କଷ୍ଟମ ବିଭାଗ ଜଣେ ଯାତ୍ରୀଙ୍କ ନିକଟରୁ 4 ଖଣ୍ଡ ସୁନା ବିସ୍କୁଟ ଜବତ କରିଛି । ଏହାର ଓଜନ 805 ଗ୍ରାମ ରହିଛି ।

କଷ୍ଟମ ବିଭାଗର ଜଏଣ୍ଟ କମିଶନର ନିରଞ୍ଜନ ସିସି କହିଛନ୍ତି ଯେ, ଜଣେ ଭାରତୀୟ ନାଗରିକ ସାଉଦି ଆରବର ଜେଦ୍ଦାହରୁ ଭାରତକୁ ଫେରୁଥିଲେ । ବିମାନ ବନ୍ଦରରେ ଆସିବା ସମୟରେ ଗ୍ରୀନ ଚ୍ୟାନେଲ କ୍ରସ କରୁଥିବା ସମୟରେ କଷ୍ଟମ ଡିପାର୍ଟମେଣ୍ଟ ପକ୍ଷରୁ ଉକ୍ତ ଯାତ୍ରୀ ଏବଂ ତାଙ୍କର ଜିନିଷପତ୍ରର ଯାଞ୍ଚ ହୋଇଥିଲା ।

ଏହି ସମୟରେ ତାଙ୍କ ଟ୍ରାଉଜରରୁ 4 ଖଣ୍ଡ ସୁନା ବିସ୍କୁଟ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ 30 ଲକ୍ଷ 80 ହଜାର ଟଙ୍କାରୁ ଊର୍ଦ୍ଧ୍ବ ବୋଲି କୁହାଯାଉଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ସେକ୍ସନ 110 କଷ୍ଟମ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.