ETV Bharat / bharat

52 ଲକ୍ଷ ପ୍ରବାସୀଙ୍କୁ 85 ଲକ୍ଷ ପ୍ୟାକେଟ ଖାଦ୍ୟ ଯୋଗାଇ ଦିଆଯାଇଛି: ରେଳ ବିଭାଗ - ଭାରତୀୟ ରେଳବିଭାଗ

ଭାରତୀୟ ରେଳବିଭାଗ ଦାବି କରିଛି ଯେ ସ୍ବତନ୍ତ୍ର ଟ୍ରେନରେ 52 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ 85 ଲକ୍ଷ ପ୍ୟାକେଟ୍ ଖାଦ୍ୟ ଓ 2.5 କୋଟି ବୋତଲ ପାଣି ଯୋଗାଇ ଦିଆଯାଇଛି।

indian railway
ରେଳ ବିଭାଗ
author img

By

Published : May 30, 2020, 12:08 PM IST

ନୂଆଦିଲ୍ଲୀ: ଭାରତୀୟ ରେଳବିଭାଗ ଦାବି କରିଛି ଯେ ସ୍ବତନ୍ତ୍ର ଟ୍ରେନରେ 52 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ 85 ଲକ୍ଷ ପ୍ୟାକେଟ୍ ଖାଦ୍ୟ ଓ 2.5 କୋଟି ବୋତଲ ପାଣି ଯୋଗାଇ ଦିଆଯାଇଛି। ଦୀର୍ଘ ଯାତ୍ରାରେ ଖାଦ୍ୟ ଓ ଜଳ ଅଭାବରୁ କିଛି ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ରେଳ ବୋର୍ଡର ଅଧ୍ୟକ୍ଷ ଭି.କେ ଯାଦବ କହିଛନ୍ତି ଯେ ବିଶେଷ ଅଭିଯୋଗର ଯାଞ୍ଚ କରାଯାଇଥିଲା ଓ କୌଣସି ଟ୍ରେନରେ ଖାଦ୍ୟର ଅଭାବ ଦେଖିବାକୁ ମିଳିନାହିଁ । ଯାଦବ ଏହା ମଧ୍ୟ କହିଛନ୍ତି ଯେ ରେଳବିଭାଗ ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କ ଘରକୁ ଫେରୁଥିବା ଇଚ୍ଛାକୁ ବୁଝୁଛି ମାତ୍ର ଗୁରୁତର ଅସୁସ୍ଥ ହେଲେ ସେମାନେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ।

ସେ କହିଛନ୍ତି ଯେ ଯଦି 1 ହଜାର 500 ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ କୌଣସି କାରଣରୁ ମୃତ୍ୟୁ ବରଣ କରନ୍ତି, ତେବେ ଭୋକ କିମ୍ବା ଖାଦ୍ୟ ଅଭାବ ହେତୁ ଏହି ମୃତ୍ୟୁକୁ ମୃତ୍ୟୁ କୁହାଯାଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ‘କୋରୋନା କାରଣରୁ କଣ୍ଟ୍ରାକ୍ଟରମାନେ ଖାଦ୍ୟ ବଣ୍ଟନ କରିବା ପାଇଁ ଟ୍ରେନରେ ଯିବାକୁ ଚାହାଁନ୍ତି ନାହିଁ। ଆମେ ସେମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଦେଇଥିଲୁ। କିନ୍ତୁ ବର୍ତ୍ତମାନ ଆମର କର୍ମଚାରୀମାନେ ଟ୍ରେନରେ ପ୍ରବେଶ କରି ଖାଦ୍ୟ ବଣ୍ଟନ ବେଳେ ମାସ୍କ ଓ ଗ୍ଲୋଭସ୍ ପିନ୍ଧୁଛନ୍ତି’ ।

ଯାଦବ କହିଛନ୍ତି, 3 ହଜାର 840 ଟ୍ରେନରେ ଏହି ଘଟଣା କେବଳ ଗୋଟିଏ କିମ୍ବା ଦୁଇ ପ୍ରତିଶତ ଟ୍ରେନରେ ଘଟିଥାଇପାରେ। ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ଯାଦବ ଅସୁସ୍ଥ କିମ୍ବା ବୃଦ୍ଧାବସ୍ଥାରେ ଯାତ୍ରା ନକରିବାକୁ ନିବେଦନ କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଥିବା 3 ହଜାର 840 ଟ୍ରେନ୍ ମଧ୍ୟରୁ କେବଳ 4 ଟି ଟ୍ରେନ 72 ଘଣ୍ଟାରୁ ଅଧିକ ସମୟ ମଧ୍ୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି। ଆଇଆରସିଟିସି ଓ ବିଭିନ୍ନ ରେଳ ବିଭାଗ ଟ୍ରେନରେ ପ୍ରବାସୀମାନଙ୍କ ପାଇଁ ଖାଦ୍ୟ ଓ ଜଳର ବ୍ୟବସ୍ଥା କରିଛନ୍ତି। 85 ଲକ୍ଷ ପ୍ୟାକେଟ୍ ଖାଦ୍ୟ ଓ 1.25 କୋଟି ବୋତଲ ପାଣି ମାଗଣାରେ ଯୋଗାଇ ଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.