ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ଯାଞ୍ଚ ପରେ 830ଟି ନାମାଙ୍କନ ପତ୍ର ଖାରଜ

author img

By

Published : Jan 24, 2020, 12:23 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ 21 ଜାନୁଆରୀ ରହିଥିଲା। ସମସ୍ତ 70 ସିଟ୍‌ ପାଇଁ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏବେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି । ଏଥିରେ 830 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ଅଧିକ ପଢନ୍ତୁ....

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରେକର୍ଡ ସଂଖ୍ୟକ ନାମାଙ୍କନ ଦାଖଲ ପରେ ନିର୍ବାଚନ ଆୟୋଗଙ୍କୁ ପ୍ରାର୍ଥୀ ପତ୍ର ଯାଞ୍ଚ ପାଇଁ ବଡ କସରତ କରିବାକୁ ପଡିଛି ।ଗୁରୁବାର ବିଳମ୍ବିତ ରାତ୍ରୀ ଯାଏ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ଜାରି ରହିଥିଲା । ଏଥିରେ 830 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ସେହିପରି 7 ଜଣ ପ୍ରାର୍ଥୀ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ କରିନେଇଛନ୍ତି ।

ଦିଲ୍ଲୀ ବିଧାନସଭାର ସମସ୍ତ 70 ସିଟ୍‌ ପାଇଁ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏବେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି । ଏଥିରେ 830 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ସେହିପରି 7 ଜଣ ପ୍ରାର୍ଥୀ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ କରିନେଇଛନ୍ତି ।

ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ସମସ୍ତ 70ଟି ସିଟ୍‌ ପାଇଁ ମୋଟ 1029 ପ୍ରାର୍ଥୀ ମୋଟ 1528 ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ମହିଳାଙ୍କ ସଂଖ୍ୟା 187 ରହିଛି। ନାମାଙ୍କନର ଶେଷ ଦିନ 21 ତାରିଖରେ ମୋଟ 55 ବିଧାନସଭା ସିଟରେ 806 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ନୂଆଦିଲ୍ଲୀ ସିଟ୍‌ରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିଲେ ।

ଚଳିତ ନିର୍ବାଚନରେ 70 ସିଟ୍‌ ପାଇଁ ନାମାଙ୍କନ ପତ୍ର ଦାଖଲ 27 ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ୨୪ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ସହ ଏହି ଦିନ 70 ସିଟ୍‌ ପାଇଁ ପ୍ରାର୍ଥୀଙ୍କ ଫାଇନାଲ ଲିଷ୍ଟ ଜାରି କରାଯିବ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି। ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୧୧ରେ ଘୋଷଣା କରାଯିବ । ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.