ETV Bharat / bharat

ମହାରାଷ୍ଟ୍ରରେ କୋରୋନା ସଙ୍କଟ, 7000 ପାର ଆକ୍ରାନ୍ତ

ଶନିବାର ରାଜ୍ୟରେ 811 ଆକ୍ରାନ୍ତ ଓ 22 ମୃତ୍ୟୁ ସ୍ପଷ୍ଟ ହୋଇଛି । ଫଳରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7000 ପାର କରିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋରୋନା ସଙ୍କଟ, 7000 ପାର ଆକ୍ରାନ୍ତ
ମହାରାଷ୍ଟ୍ରରେ କୋରୋନା ସଙ୍କଟ, 7000 ପାର ଆକ୍ରାନ୍ତ
author img

By

Published : Apr 25, 2020, 11:01 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଭୟାବହ ରୂପ ନେଇଛି । ପ୍ରତିଦିନ ଶହ ଶହ ମାମଲା ସାମ୍ନାକୁ ଆସୁଛି । ଶନିବାର 811ଟି ପଜିଟିଭ କେସ ବାହାରିଛି । ଏଥିରୁ ମୁମ୍ବାଇରେ ସର୍ବାଧିକ 281ଟି ମାମଲା ରହିଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶନିବାର ରାଜ୍ୟରେ 811 ଆକ୍ରାନ୍ତ ଓ 22 ମୃତ୍ୟୁ ସ୍ପଷ୍ଟ ହୋଇଛି । ଫଳରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7000 ପାର କରିଛି । ଏବେ ସୁଦ୍ଧା ମୋଟ 7628 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 323 ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି ।

ତେବେ ମୁମ୍ବାଇରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଶନିବାର 281 ନୂଆ ପଜିଟିଭ ସହ 12 ଜଣଙ୍କର ମୃତ୍ୟୁ ହୋଇଛି । ମାୟା ନଗରୀରେ ଏବେ ଯାଏଁ 4870 ଜଣ କୋଭିଡ-19ର ଶିକାର ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 191 ରହିଥିବାବେଳେ 762 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । କେବଳ ଶନିବାର 167 ଜଣଙ୍କ ରିପୋର୍ଟ ନେଗେଟିଭ ପରେ ସେମାନେ ହସ୍ପିଟାଲରୁ ମୁକ୍ତ ହୋଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.