ETV Bharat / bharat

80 ବର୍ଷରେ ବଡି ବିଲ୍ଡିଂ, ଚର୍ଚ୍ଚାରେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା

author img

By

Published : Jul 23, 2020, 7:51 PM IST

Updated : Jul 23, 2020, 7:57 PM IST

ନିଜକୁ ସୁସ୍ଥ ରଖିବା ପାଇଁ 80 ବର୍ଷ ବୟସରେ ଜିମ୍ ରେ ଦମ ଦେଖାଇଛନ୍ତି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା ।

80-yr-old former Gujarat CM tweets photos of workout, gets praise on social media
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା

ଅହମ୍ମଦାବାଦ: ଚର୍ଚ୍ଚାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା । 80 ବର୍ଷ ବୟସରେ ଭେଟେରାନ ରାଜନେତା ବାଘେଲାଙ୍କୁ ଦେଖିବାକୁ ମିଳିଛି ନିଆରା ଅନ୍ଦାଜରେ ।

ନିଜକୁ ସୁସ୍ଥ ରଖିବା ପାଇଁ 80 ବର୍ଷ ବୟସରେ ଜିମ୍ ରେ ଦମ ଦେଖାଇଛନ୍ତି ବାଘେଲା । ଜିମ୍ ରେ ଯୁବକଙ୍କ ପରି ଫିଟ୍ ପାଇଁ ଶାରୀରିକ ଅଭ୍ୟାସ କରୁଛନ୍ତି । ଅଭ୍ୟାସ ବେଳର କିଛି ଫଟୋ ସେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ପରେ, ଚର୍ଚ୍ଚାକୁ ଆସିଛନ୍ତି । ଫଟୋ ସହିତ ଗୁଜୁରାଟୀ ଭାଷାରେ "ବଡି ଫିଟ୍+ମାଇଣ୍ଡ ଫିଟ୍+ ଲାଇଫ ହିଟ୍" ବୋଲି ଲେଖିଛନ୍ତି ।

ଫିଟ୍ ରହିବାକୁ ପ୍ରତିବଦ୍ଧତା ସହ ତାଙ୍କର ଏହି ଫଟୋକୁ ଅନେକ ପସନ୍ଦ କରିଛନ୍ତି । ବର୍ତ୍ତମାନର ଯୁବପିଢିକୁ ଏହି ଫଟୋ ଶାରୀରିକ ବ୍ୟାୟମ ପାଇଁ ପ୍ରେରଣା ଯୋଗାଇବ ବୋଲି କିଛିଜଣ ମତ ଦେଇଛନ୍ତି । ବୟସ କେବଳ ଏକ ସଂଖ୍ୟା ବୋଲି ଏନେକ ମତ ମତ ଦେଇଛନ୍ତି ।

ବାଘେଲା ପୂର୍ବରୁ ବର୍ଷ 1996ରୁ 1997 ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏଥିସହିତ ନିଜ ସମୟରେ ରାଜ୍ୟର ଜଣେ ଚର୍ଚ୍ଚିତ ରାଜନେତା ରହିଛନ୍ତି ।

ନିକଟରେ ସେ କୋରୋନା ସଂକ୍ରମଣର ଶିକାର ମଧ୍ୟ ହୋଇଥିଲେ । କୋରୋନାକୁ ହରାଇ ଅନ୍ୟକୁ ଫିଟ୍ ରହିବାର ସେ ମନ୍ତ୍ରବାଣ୍ଟିଛନ୍ତି । ରିପୋର୍ଟ ନେଗେଟିଭ ପରେ ସେ ଗାନ୍ଧୀନଗର ସ୍ଥିତ ନିଜ ବାସନଭବନକୁ ଫେରିଥିଲେ । ଗତ ସୋମବାଦ ଦିନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ।

Last Updated : Jul 23, 2020, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.