ETV Bharat / bharat

ICMR: 80% ପଜେଟିଭ କେସରେ ମିଳୁନାହିଁ କୋରୋନାଭାଇରସ୍ ଲକ୍ଷଣ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ -19 ମାମଲାର 80 ପ୍ରତିଶତ କେସରେ କୋରୋନା ଲକ୍ଷଣ ବିନା ପଜିଟିଭ ରିପୋର୍ଟ ଆସୁଛି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି । ଅଧିକ ପଢନ୍ତୁ...

newdelhi
newdelhi
author img

By

Published : Apr 21, 2020, 12:30 AM IST

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ -19 ମାମଲାର 80 ପ୍ରତିଶତ କେସରେ କୋରୋନା ଲକ୍ଷଣ ବିନା ପଜେଟିଭ ରିପୋର୍ଟ ଆସୁଛି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ବିଶ୍ଳେଷଣ ଅନୁଯାୟୀ 80% ମାମଲାରେ କୋରୋନା ଲକ୍ଷଣ ଦେଖାଯାଉନାହିଁ । ମାତ୍ର ପରୀକ୍ଷା ପରେ କୋରୋନା ପଜିଟିଭ ରିପୋର୍ଟ ଆସୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ 15 ପ୍ରତିଶତରୁ ଅଧିକ ମାମଲା ଗୁରୁତର ମାମଲାରେ ପରିଣତ ହେଉଛି ଏବଂ ଅକ୍ସିଜେନର ସହାୟତା ଆବଶ୍ୟକ କରୁଥିବା ବେଳେ 5 ପ୍ରତିଶତ ମାମଲା ଅତ୍ୟଧିକ ଗୁରୁତର ହୋଇପାରେ ।

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସଂକ୍ରାମକ ରୋଗ ଏବଂ ମହାମାରୀର ମୁଖ୍ୟ ରମଣ ଗଙ୍ଗାଖାଡେକର କହିଛନ୍ତି ଯେ, 100 ଜଣଙ୍କ ମଧ୍ୟରୁ 80 ଜଣ ଲକ୍ଷଣ ଦେଖାନ୍ତି ନାହିଁ । ପରେ ସେମାନଙ୍କ ରିପୋର୍ଟ କୋରୋନା ପଜିଟିଭ ରହୁଛି ।

ସେ କହିଛନ୍ତି ଯେ ଏହି କାରଣରୁ ଲୋକମାନେ ଲକଡାଉନ ନିୟମ ପାଳନ କରିବା ଉଚିତ ଏବଂ ସାମାଜିକ ଦୂରତା ବଜାୟ ରଖିବା ଉଚିତ । ଏହି ଉପାୟରେ ଲୋକମାନେ କୋରୋନା ସମ୍ପର୍କରେ ଆସିବେ ନାହିଁ ବୋଲି ସେ କହିଛନ୍ତି । ଏହି ତଥ୍ୟ ଏବେ ଚିନ୍ତାଜନକ ସାଜିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.