ETV Bharat / bharat

ଭାରତ ଇତିହାସରେ ପ୍ରଥମ: Statue of Unity ସହ ଯୋଡି ହେଲା 8ଟି ଟ୍ରେନ, ଆଦିବାସୀଙ୍କୁ ରୋଜଗାର - pm modi

ଗୁଜୁରାଟର କେୱଡିଆରେ ନିର୍ମାଣ ହୋଇଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମାକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଚେଷ୍ଟା କରି ଆସିଛନ୍ତି । ଅଧିକ ପଢନ୍ତୁ...

Statue of Unity
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମା
author img

By

Published : Jan 17, 2021, 12:16 PM IST

ନୂଆଦିଲ୍ଲୀ: ଗୁଜୁରାଟର କେୱଡିଆରେ ନିର୍ମାଣ ହୋଇଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମାକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଚେଷ୍ଟା କରି ଆସିଛନ୍ତି । କେୱଡିଆ ଯିବା ପାଇଁ ପିଏମ ମୋଦି 8ଟି ଟ୍ରେନ ସେବା ଆରମ୍ଭ କରିଛନ୍ତି । ଭାରତର ଇତିହାସରେ ଏହା ପ୍ରଥମ ଥର 8ଟି ଟ୍ରେନର ଆରମ୍ଭ କରାଯାଇଛି ବୋଲି ମୋଦି କହିଛନ୍ତି ।

ଏହି 8ଟି ଟ୍ରେନ ବାରାଣାସୀ, ଦାଦର, ଅହମ୍ମଦାବାଦ, ହଜରତ ନିଜାମୁଦ୍ଦିନ, ରିୱା, ଚେନ୍ନାଇ ଓ ପ୍ରତାପନଗରକୁ ଯୋଡିବ । ଏହି ଯୋଜାନରେ ଭାରତର ରେଳ ମାନଚିତ୍ରରେ ବିଶ୍ବର ସବୁଠାରୁ ବଡ ପ୍ରତିମା ଯୋଡି ହୋଇଛି । ରେଳସେବା ଆରମ୍ଭ ହେବା ପରଠାରୁ ଦେଶର କୋଣ ଅନୁକୋଣରୁ ଲୋକେ ଆସି ପ୍ରତିମା ପାଖରେ ପହଞ୍ଚି ପାରିବେ । ଏହି ଟ୍ରେନରେ ବିଷ୍ଟା ଡ୍ରୋମ୍ ଷ୍ଟ୍ରକଚରର ସୁବିଧା ରହିବ ଫଳରେ ଲୋକ ପାଖାପାଖି ପରିବେଶକୁ ଉପଭୋଗ କରିପାରିବେ ।

ଏହାସହ ବ୍ରଡଗେଜ ଲେନର ଉଦଘାଟନ କରିଛନ୍ତି ମୋଦି । ମୋଦି କହିଛନ୍ତି, ଷ୍ଟାଚୁ ଅଫ୍ ଲିବର୍ଟି ଠାରୁ ସର୍ଦ୍ଦାର ପଟେଲଙ୍କ ଷ୍ଟାଚୁ ଅଫ୍ ୟୁନିଟିକୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ଏପର୍ଯ୍ୟନ୍ତ 50 ଲକ୍ଷ ଲୋକ ପ୍ରତିମା ଦେଖି ସାରିଲେଣି । ସେ ଏହା ମଧ୍ୟ କହିଛନ୍ତି ଯେ, ଅନେକ ଆଦିବାସୀଙ୍କୁ ଏଠାରେ ରୋଜଗାର ଦିଆଯାଇଛି । କ୍ୟାଫେ ଖୋଲାଯାଇଛି, ପର୍ଯ୍ୟଟକ ଗାଇଡ୍ ଭାବରେ ମଧ୍ୟ ନିଯୁକ୍ତ ଅଛନ୍ତି । ଏହାସହ ରେଳ ମନ୍ତ୍ରୀ ପୀୟୁଷ୍ ଗୋୟଲ ଟ୍ରେନ ଡିଜାଇନର ପ୍ରସଂଶା କରିଛନ୍ତି । ଏହି ଟ୍ରେନର ଯାତ୍ରା କରିବା ସମୟରେ ଲୋକେ ନର୍ମଦା ନଦୀ ଘାଟର ମନୋରମ ଦୃଶ୍ୟ ଦେଖିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.