ETV Bharat / bharat

8 କିର୍ଗିସ୍ତାନ ନାଗରିକଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Apr 7, 2020, 10:08 PM IST

କୋରୋନା ଆକ୍ରାନ୍ତ ସନ୍ଦେହରେ 8 କିର୍ଗିସ୍ତାନ ନାଗରିକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏମାନେ ବିଦାର ବୁଲିବାକୁ ଆସିଥିବାବେଳେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଅଧିକ ପଢନ୍ତୁ...

8 କିର୍ଗିସ୍ତାନ ନାଗରିକଙ୍କ ବିରୋଧରେ ମାମଲା ରୁଜୁ
8 କିର୍ଗିସ୍ତାନ ନାଗରିକଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗାଲୁରୁ: କ୍ବାରେଣ୍ଟାଇନରେ ଥିବା 8 କିର୍ଗିସ୍ତାନ ନାଗରିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଏମାନେ ସମସ୍ତେ ଭିସା ନିୟମ ଉଲ୍ଲଙ୍ଘନ କରିଥିବା ପୋଲିସ ସୂଚନା ଦେଇଛି । ଏନେଇ କର୍ଣ୍ଣାଟକ ବିଦାରର ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କୋରୋନା ଆକ୍ରାନ୍ତ ସନ୍ଦେହରେ ଏହି 8 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏମାନେ ବିଦାର ବୁଲିବାକୁ ଆସିଥିବାବେଳେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଲକ୍ଷଣ ଦେଖାଯିବା ପରେ ଏମାନଙ୍କୁ ଜବରଦସ୍ତ କ୍ବାରେଣ୍ଟାଇନରେ ରଖାଯାଇଥିଲା ।

ଏହି 8 ବିଦେଶୀ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ । ତେବେ ଏମାନେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ସମାବେଶରେ ଯୋଗ ଦେଇଥିବାର ସନ୍ଦେହ କରାଯାଉଛି । ସେଠାରୁ ଦେଶର ବିଭିନ୍ନ ଜାଗାକୁ ଲୋକେ ବୁଲିବାକୁ ଯାଇଥିବାବେଳେ ଏମାନେ କର୍ଣ୍ଣାଟକ ଆସିଥିଲେ । ତବଲିଘି ସହ ଲିଙ୍କ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଭିସା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.