ETV Bharat / bharat

ଆଜି 71 ତମ ବିଶ୍ବ ମାନବାଧିକାର ଦିବସ - ବିଶ୍ବ ମାନବାଧିକାର ଦିବସ

ଆଜି 71 ତମ ବିଶ୍ବ ମାନବାଧିକାର ଦିବସ । ଚଳିତ ଥର ଥିମ ରହିଛି 'ମାନବାଧିକାର ସପକ୍ଷରେ ଛିଡା ହୁଅ' । । 10 ଡିସେମ୍ବର 1948ରେ ୟୁଏନ ପକ୍ଷରୁ ବିଶ୍ବ ମାନବାଧିକାର ଘୋଷଣା ପତ୍ର ଜାରି କରି ପ୍ରଥମ ଥର ମାନବାଧିକାର ଦିବସର ଘୋଷଣା ହୋଇଥିଲା ।

ମାନବାଧିକାର ଦିବସ
71 ତମ ବିଶ୍ବ ମାନବାଧିକାର ଦିବସ
author img

By

Published : Dec 10, 2019, 10:20 AM IST

ହାଇଦ୍ରାବାଦ: ଆଜି ବିଶ୍ବ ମାନବାଧିକାର ଦିବସ । ମନୁଷ୍ୟର ଅଧିକାର ଓ ତାର ହକ୍‌ର ଲଢେଇକୁ ବଳ ଦେବାକୁ ପ୍ରତିବର୍ଷ 10 ଡିସେମ୍ବରରେ ପାଳନ କରାଯାଏ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ । ସାରା ବିଶ୍ବରେ ମାନବତା ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ବର ଉଠାଇବା ପାଇଁ ଏହି ଦିବସର ଭୂମିକା ଗୁରୁତ୍ବପୂର୍ଣ୍ଣ ।

ମାନବାଧିକାର କଣ?

ପ୍ରତ୍ୟେକ ମନୁଷ୍ୟକୁ ବଞ୍ଚିବା, ସ୍ବାଧିନତା, ସମାନତା ଆଦିର ଅଧିକାର ଆଦି ମାନବାଧିକାର ଅନ୍ତର୍ଭୁକ୍ତ । ଭାରତୀୟ ସମ୍ବିଧାନ କେବଳ ଏହି ଅଧିକାରଗୁଡିକୁ ସୁନିଶ୍ଚିତ କରିନଥାଏ, ବରଂ ଏହାକୁ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥାଏ ଅଦାଲତ । ଭାରତରେ 28 ସେପ୍ଟେମ୍ବର 1993ରେ ମାନବାଧିକାର ଆଇନ ଲାଗୁ ହୋଇଥିଲା । 10 ଡିସେମ୍ବର 1948ରେ ୟୁଏନ ପକ୍ଷରୁ ବିଶ୍ବ ମାନବାଧିକାର ଘୋଷଣା ପତ୍ର ଜାରି କରି ପ୍ରଥମ ଥର ମାନବାଧିକାର ଦିବସର ଘୋଷଣା କରିଥିବା ବେଳେ ଭାରତ ସରକାର 12 ଅକ୍ଟୋବର 1993ରେ ସରକାର ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଗଠନ କରିଥିଲେ ।

ଚଳିତ ବର୍ଷ 71 ତମ ବିଶ୍ବ ମାନବାଧିକାର ଦିବସ । 'ମାନବାଧିକାର ସପକ୍ଷରେ ଛିଡା ହୁଅ' ଥିମ ସହ ଯୁବଶକ୍ତିର ସ୍ବରକୁ ମଜବୁତ କରିବା ଏଥରର ମାନବାଧିକାର ଦିବସର ଲକ୍ଷ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.