ବେଙ୍ଗାଲୁରୁ: ମୋଦି ଜଣେ ଆଇରନ ନେତା । ଦେଶର 70 ପ୍ରତିଶତ ଲୋକ ତାଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି । ବିଶେଷ କରି ଦେଶର ଯୁବପିଢିଙ୍କର ଏହା ଇଚ୍ଛା ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା କହିଛନ୍ତି ।
ସୋମବାର ମୋଦିଙ୍କ ପ୍ରଶଂସା କରି ୟେଦୁରପ୍ପା କହିଛନ୍ତି ଯେ ମୋଦି ଜଣେ ଟାଣୁଆ ନେତା । ଜମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପଦକ୍ଷେପ କେବଳ ତାଙ୍କ ଭଳି ଆଇରନ ଲିଡର ହିଁ ନେଇପାରିବେ । 70 ପ୍ରତିଶତ ଭାରତୀୟ ଚାହାନ୍ତି ସେ ଏଥର ପ୍ରଧାନମନ୍ତ୍ରୀ ଭାବେ ନିଜ ପାଳି ପୂରଣ କରି ପୁଣିଥରେ କ୍ଷମତାକୁ ଆସନ୍ତୁ । ତାଙ୍କର ନେତୃତ୍ବ ହିଁ ଭାରତର ସମସ୍ତ ସମସ୍ୟା ଦୂର କରିପାରିବ ବୋଲି ୟଙ୍ଗ ଇଣ୍ଡିଆର ବିଶ୍ବାସ ରହିଛି । ସଫଳତାର ସହ ଦ୍ବିତୀୟ ପାଳିର ଏକ ବର୍ଷ ସେ ପୂରଣ କରିଛନ୍ତି ବୋଲି ବିଜେପି ନେତା କହିଛନ୍ତି ।
ନିଜର ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସ ଫର୍ମୁଲାରେ ମୋଦି ଭାରତକୁ ବିକାଶ ପଥରେ ନେଇ ଯାଉଛନ୍ତି । ଦେଶକୁ ଏକ ଶକ୍ତିଶାଳୀ ଓ ଆତ୍ମନିର୍ଭର ଭାବେ ସେ ବନାଇବାର ଦୃଢ ଲକ୍ଷ୍ୟ ରଖିଛନ୍ତି । ନିଜ ବସୁଧୈବ କୁଟୁମ୍ବକମ ମନ୍ତ୍ର ଦ୍ବାରା ସେ ବିଶ୍ବରେ ଜଣେ ବିଖ୍ୟାତ ନେତା ପାଲଟିଛନ୍ତି । ସିଏଏ ବିଲ, ଟ୍ରିପଲ ତଲାକ ବ୍ୟାନ, ବନ୍ଦେ ଭାରତ ମିଶନ, ୱାନ ନେସନ ୱାନ କାର୍ଡ, ମୋଟରଗାଡି ଆକ୍ଟ, ରାମ ମନ୍ଦିର ବିବାଗର ସମାଧାନ ଭଳି ନିଷ୍ପତ୍ତି ତାଙ୍କ ବିଚକ୍ଷଣ ଓ ଦୃଢ ନେତୃତ୍ବର ନିଦର୍ଶନ । ତାଙ୍କ ନେତୃତ୍ବରେ ଭାରତ କୋଭିଡ 19ର ଦୃଢ ମୁକାବିଲା କରିଛି ବୋଲି ୟେଦୁରପ୍ପା କହିଛନ୍ତି ।