ନୂଆଦିଲ୍ଲୀ: ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବୁଧବାର ଲୋକସଭାରେ ସରକାରୀ ନିଯୁକ୍ତି ବାବଦରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦ ପଦବୀ ଖାଲି ରହିଛି । କେବଳ ରେଳ ବିଭାଗରେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ପଦ ଖାଲି ରହିଛି । ୨୦୧୯ ମାର୍ଚ୍ଚ ମାସ ଯାଏଁ ଏହି ପଦ ପୂରଣ ହୋଇ ନାହିଁ ବୋଲି ସଂସଦରେ ଏସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଥିଲେ ସନ୍ତୋଷ ଗଙ୍ଗୱାର । ତେବେ ଏହାର କାରଣ କ’ଣ ତାହାର ଉତ୍ତର ରଖି ନାହାଁନ୍ତି ମନ୍ତ୍ରୀ ।
ଏପର୍ଯ୍ୟନ୍ତ ଦେଶରେ କେତେ ପଦ ଖାଲି ରହିଛି ଓ ଏହାକୁ ପୂରଣ କରିବାକୁ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ସାଂସଦ ଦୀପକ ବୈଜ । ମନ୍ତ୍ରୀ ଗଙ୍ଗୱାର ଏହାର ଉତ୍ତରରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦ ଖାଲି ପଡ଼ି ରହିଛି । କେବଳ ରେଳ ବିଭାଗରେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ପଦ ଖାଲି ରହିଛି ।
ଏହି ପଦ ଗୁଡ଼ିକର ପୂରଣ ପାଇଁ ସରକାର ପ୍ରାଥିମିକ ସ୍ତରରେ ପଦକ୍ଷେପ ନେଇଛନ୍ତି । ଏତତବ୍ୟତୀତ ନିଯୁକ୍ତ ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ୨୦୧୮ ମାର୍ଚ୍ଚ ପହିଲା ଯାଏଁ ୬.୪ ଲକ୍ଷ ପଦ ଖାଲି ପଡ଼ିଥିଲା । ସ୍ବୀକୃତ ପ୍ରାପ୍ତ ପଦରେ ୩୮.୦୩ ଲକ୍ଷ ଖାଲି ଥିବାବେଳେ ସେଥିରୁ ମାତ୍ର ୩୧.୧୯ ଲକ୍ଷ ପୂରଣ ହୋଇପାରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ରେଳ ବିଭାଗରେ ୫.୮୫ ଲକ୍ଷ ସ୍ୱୀକୃତି ପ୍ରାପ୍ତ ପଦରୁ ୧.୮୭ ପଦ ଖାଲି ପଡିଛି ।