ETV Bharat / bharat

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ 7 ଗିରଫ

author img

By

Published : Aug 22, 2020, 10:34 AM IST

କନାଙ୍ଗରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗିରଫ ହେଲେ 7 ଅଭିଯୁକ୍ତ । ଅଧିକ ପଢନ୍ତୁ.....

7 Kangra youths arrested for raping 32-year-old woman
ମହିଳାଙ୍କୁ ଗଣ ଦୁଷ୍କର୍ମ ! ଗିରଫ ହେଲେ 7 ଅଭିଯୁକ୍ତ

ସିମଲା: ମହିଳାଙ୍କୁ ଜଙ୍ଗଲରେ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ଗଗଲ ଅଞ୍ଚଳରେ । ଏହି ଅଭିଯୋଗରେ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ସେମାନଙ୍କୁ ରିମାଣ୍ତରେ ନିଆଯାଇଛି । ସୂଚନା ଅନୁସାରେ, ଜଣେ ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର 7 ଜଣ ଯୁବକ ଏକ କାରରେ ଗଗଲ ଅଞ୍ଚଳରେ ଥିବା ଏକ ଜଙ୍ଗଲକୁ ନେଇ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ମହିଳା ଜଣଙ୍କୁ ପୁଣି ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିଥିଲେ ।

ଏନେଇ ପୀଡିତା ଜଣକ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏସପି ଭିମକୁଟ ରଞ୍ଜନ କହିଛନ୍ତି ଯେ, ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହି ମମାଲାରେ 7 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେପଟ ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରସର ବରିଷ୍ଠ ନେତା । ବରିଷ୍ଠ ନେତା ଜି ଏସ ବଲି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ବୋଲି ସେ କହିଛନ୍ତି । ଗୋଟିଏ ମାସ ମଧ୍ୟରେ କାଙ୍ଗରା ଜିଲ୍ଲାରେ ଏହା ଦ୍ବିତୀୟ ଘଟଣା ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.