ETV Bharat / bharat

37,339 ଶିକ୍ଷକ ପଦବୀକୁ ହୋଲ୍ଡ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - UP government to hold 37339 posts

ଉତ୍ତରପ୍ରଦେଶରେ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦବୀ ନିଯୁକ୍ତି ମାମଲାରେ ବଡ ନିଷ୍ପତ୍ତି । 69 ହଜାର ସହକାରୀ ଶିକ୍ଷକ ନିଯୁକ୍ତି ମାମଲାରେ ମଙ୍ଗଳବାର ଶିକ୍ଷାମିତ୍ରଙ୍କ ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହି ଶୁଣାଣିରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ 37,339 ପଦବୀକୁ ହୋଲ୍ଡ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

37,339 ଶିକ୍ଷକ ପଦବୀକୁ ହୋଲ୍ଡ କରିବାକୁ ୟୁପି ସରକାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jun 10, 2020, 1:44 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦବୀ ନିଯୁକ୍ତି ମାମଲାରେ ବଡ ନିଷ୍ପତ୍ତି । 69 ହଜାର ସହକାରୀ ଶିକ୍ଷକ ନିଯୁକ୍ତି ମାମଲାରେ ମଙ୍ଗଳବାର ଶିକ୍ଷାମିତ୍ରଙ୍କ ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହି ଶୁଣାଣିରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ 37,339 ପଦବୀକୁ ହୋଲ୍ଡ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୌଳିକ ଶିକ୍ଷା ପରିଷଦ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ହାଇକୋର୍ଟଙ୍କ କଟ୍ ଅଫ୍ ମାର୍କକୁ ନେଇ ଦିଆଯାଇଥିବା ନିଷ୍ପତ୍ତି ବିରୋଧରେ ଶିକ୍ଷାମିତ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ଶିକ୍ଷାମିତ୍ରଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଉପରକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଲିଖିତ ପରୀକ୍ଷାର ଦେଢ ବର୍ଷ ପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ, ସରକାରଙ୍କ କଟ୍ ଅଫ୍ ମାର୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିଛନ୍ତି । 65 ଏବଂ 60 ପ୍ରତିଶତ ମାର୍କ ସହିତ ଫଳାଫଳ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଶିକ୍ଷାମିତ୍ରଙ୍କ ଦାବି ଥିଲା ଯେ ନିଯୁକ୍ତି ପାଇଁ ନୋଟିସରେ କଟ୍ ଅଫ୍ ମାର୍କ ଉଲ୍ଲେଖ କରାଯାଇ ନଥିଲା । ତେଣୁ ଚୟନ ପ୍ରକ୍ରିୟା 45 ଏବଂ 40 ପ୍ରତିଶତ ମାର୍କ ଉପରେ ହେବା ଉଚିତ୍ ।

ଲିଖିତ ପରୀକ୍ଷାରେ ଉପସ୍ଥିତ ଥିବା ଶିକ୍ଷାମିତ୍ରଙ୍କ ପାଇଁ 37,339 ପଦବୀ ନିଯୁକ୍ତି ନଦେବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଅବଶିଷ୍ଟ ପଦବୀରେ ନିଯୁକ୍ତି ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ 29 ରେ ଉତ୍ତରପ୍ରଦେଶର ଶିକ୍ଷକମାନେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ । ଏହି ଆବେଦନପତ୍ର ଦାଖଲ କରି ଶିକ୍ଷାମିତ୍ର 69000 ସହକାରୀ ଶିକ୍ଷକ ନିଯୁକ୍ତି ମାମଲାରେ 37339 ପଦବୀ ହୋଲ୍ଡ କରିବାକୁ ଦାବି କରିଥିଲେ । ଗତ ଶୁଣାଣିରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ 40/45 କଟଅଫରେ କେତେ ଶିକ୍ଷାମିତ୍ର ପାସ କରିଛନ୍ତି ସେ ସମ୍ପର୍କରେ ତଥ୍ୟ ମାଗିଥିଲେ ।

କିନ୍ତୁ ଶିକ୍ଷାମିତ୍ରଙ୍କ କହିବା କଥା ହେଲା ଲିଖିତ ପରୀକ୍ଷାରେ ସମୁଦାୟ 45357 ଶିକ୍ଷାମିତ୍ର ଏହି ଫର୍ମ ପକାଇଥିଲେ । ସେଥିମଧ୍ୟରୁ 8018 ଶିକ୍ଷାମିତ୍ର 60-65% ନମ୍ବରରେ ପାସ୍ କରିଛନ୍ତି । କିନ୍ତୁ 40-45 ର କଟଅଫରେ କେତେ ଶିକ୍ଷାମିତ୍ର ପାସ କରିଛନ୍ତି ସେ ସମ୍ବନ୍ଧରେ କୌଣସି ତଥ୍ୟ ନାହିଁ । ତେଣୁ 69000 ପଦବୀ ମଧ୍ୟରୁ 37339 ଟି ପଦବୀ ରିଜର୍ଭ ସହକାରୀ ଶିକ୍ଷକ ଭାବରେ ନିଯୁକ୍ତ ଦିଆଯାଉ କିମ୍ବା ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାରେ ରହିତାଦେଶ ଦିଆଯାଉ ବୋଲି ଦାବି କରିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.