ETV Bharat / bharat

ବୃଦ୍ଧଙ୍କୁ ଘାରିଛି ଟ୍ରାଫିକ ନିଶା, ବିନା ଦରମାରେ ଜଗୁଛନ୍ତି 4 ଘଣ୍ଟା - ଟ୍ରାଫିକ

ମୁମ୍ବାଇ କାନ୍ଦୀବଲୀର ଜଣେ ବୃଦ୍ଧ 12 ବର୍ଷ ଧରି ନିଜ ପରିଚୟ ଗୋପନୀୟ ରଖି ବ୍ୟସ୍ତବହୁଳ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ସମ୍ଭାଳୁଛନ୍ତି । ତେବେ ବେତନ ଆଶା ନରଖି ନିସ୍ବାର୍ଥପର ଭାବେ ଦିନକୁ 3ରୁ 4 ଘଣ୍ଟା ମୁମ୍ବାଇର ବିଭିନ୍ନ ବ୍ୟସ୍ତବହୁଳ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ସମ୍ଭାଳୁଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 26, 2019, 11:52 PM IST

ମୁମ୍ବାଇ: କୁହାଯାଏ ମୁମ୍ବାଇ ସହରର ଇଚ୍ଛାଶକ୍ତି କେବେ ମରିନଥାଏ । ଜଣେ ବୃଦ୍ଧ ବ୍ୟକ୍ତି ଆଜି ଏହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି । କାମ କରିବାର ସ୍ପୃହା ଆଗରେ ହାର ମାନିଛି ବୟସ । ଯେଉଁ ବୟସରେ ଲୋକେ ଚାକିରି କ୍ଷେତ୍ରରୁ ଅବସର ନେଇ ଘରେ ବସି ଆରାମ କରିଥାନ୍ତି, ସେ ବୟସରେ ମୁମ୍ବାଇର ବୃଦ୍ଧ ବ୍ୟକ୍ତି ଜଣକ ରାସ୍ତାରେ ଛିଡା ହୋଇ ଟ୍ରାଫିକ କ୍ଲିୟର କରିବାରେ ଲାଗିଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ବୃଦ୍ଧ ଜଣକ ଟ୍ରଫିକ କର୍ମଚାରୀ ନ ହୋଇ ମଧ୍ୟ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନିସ୍ବାର୍ଥପର ଭାବେ ସମାଜ ସେବା କରୁଛନ୍ତି ।

ମୁମ୍ବାଇ କାନ୍ଦୀବଲୀର ଠାକୁର କମ୍ପେଲେକ୍ସରେ ରହୁଥିବା ଏହି ବୃଦ୍ଧ ବ୍ୟକ୍ତି ଗତ 12 ବର୍ଷରୁ ନିଜ ପରିଚୟ ଗୋପନୀୟ ରଖି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ସମ୍ଭାଳି ଆସୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା କିଛି ବି ବେତନ ଆଶା ନରଖି ନିସ୍ବାର୍ଥପର ଭାବେ ଦିନକୁ 3ରୁ 4 ଘଣ୍ଟା ମୁମ୍ବାଇର ବିଭିନ୍ନ ବ୍ୟସ୍ତବହୁଳ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ସମ୍ଭାଳୁଛନ୍ତି ।

ବୃଦ୍ଧ ବ୍ୟକ୍ତି ଜଣକ ନିଜର ନାମ କାହାରିକୁ କହୁ ନଥିବା ବେଳେ ଚାକିରିରୁ ଅବସର ପରେ ଘରେ ବସିବାକୁ ଇଚ୍ଛା ନଥିବାରୁ ଲୋକଙ୍କ ହିତରେ କାର୍ଯ୍ୟ କରୁଥିବା କହିଛନ୍ତି । ବର୍ତ୍ତମାନ ଏହି ବୃଦ୍ଧଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବାର୍ଦ୍ଧକ୍ୟରେ ସମୟ କାଟିବାକୁ ରାହା ଖୋଜୁଥିବା ଅଗଣିତ ବୟସ୍କଙ୍କ ଲାଗି ସେ ପ୍ରେରଣା ପାଲଟିଛନ୍ତି ।

Intro:Body:

FGDFGS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.