ETV Bharat / bharat

ମନଲୋଭା ମାନବଶୃଙ୍ଖଳ: ତ୍ରିରଙ୍ଗା ସହ ଯୋଡି ହେଲା ରାକ୍ଷୀ - ମାନବଶୃଙ୍ଖଳ

ରାଷ୍ଟ୍ରୀୟ ଧ୍ବଜାରେ ରାକ୍ଷୀର ଅତି ମନଲୋଭା ଦୃଶ୍ୟ । ସୁରଟର ଏକ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶନ କଲେ ମାନବଶୃଙ୍ଖଳ ।

ଫଟୋ ସୌଜନ୍ୟ:ଏଏନଆଇ
author img

By

Published : Aug 14, 2019, 10:11 AM IST

Updated : Aug 14, 2019, 10:19 AM IST

ସୁରଟ: ଆସନ୍ତାକାଲି ଦେଶ ପାଳିବ 73 ତମ ସ୍ବାଧୀନତା ଦିବସ । ସେନେଇ ସବୁଠି ଚାଲିଛି ପ୍ରସ୍ତୁତି । ତେବେ ଚଳିତ ବର୍ଷ ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ଗୋଟିଏ ଦିନରେ ପଡୁଛି । ସେନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ଏନେଇ ଆଜି ସୁରଟର ଏକ ସ୍କୁଲରେ ଛାତ୍ରଛାତ୍ରୀମାନେ ମାନବଶୃଙ୍ଖଳରେ ତ୍ରିରଙ୍ଗା ପତାକା ସହ ରାକ୍ଷୀକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ:ଏଏନଆଇ

670 ଜଣ ଛାତ୍ରଛାତ୍ରୀ ଏକଜୁଟ ହୋଇ ଉଭୟ ଦିବସକୁ ପାଳନ କରିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଓ ସ୍ବାଧୀନତାର ଦିବସ ଗୋଟିଏ ଦିନରେ ପାଳନ ହେବାକୁ ଥିବାବେଳେ ଗୋଟିଏ ମାନବଶୃଙ୍ଖଳରେ ହିଁ ତ୍ରିରଙ୍ଗା ପତାକା ଓ ରାକ୍ଷୀକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।

ପୂର୍ବରୁ ସୁରଟରେ ଧାରା 370 ଉଚ୍ଛେଦକୁ ନେଇ ମାନବଶୃଙ୍ଖଳରେ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ । ତେବେ ସ୍ବାଧୀନତା ଦିବସ ଉପଲକ୍ଷେ ତାଲିମନାଡୁ ଓ ଛତିଶଗଡରେ ମଧ୍ୟ ଭିନ୍ନ ଭିନ୍ନ ମାନବଶୃଙ୍ଖଳରେ ଜାତୀୟ ପତାକାକୁ ପ୍ରଦର୍ଶନ କରାଯାଇଥିଲା ।

Intro:Body:

BLANK

Conclusion:
Last Updated : Aug 14, 2019, 10:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.