ETV Bharat / bharat

ଦେଶରେ ଦିନକରେ 62,212 ନୂଆ କୋରୋନା ପଜିଟିଭ ଚିହ୍ନଟ, 837 ମୃତ

author img

By

Published : Oct 17, 2020, 10:16 AM IST

ଦେଶରେ ଥମୁନି ସଂକ୍ରମଣ । ବହୁଳ ଭାବେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । 24 ଘଣ୍ଟାରେ 62 ହଜାର 212 ଟି ନୂଆ ମାମଲା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ଦିନକରେ ଦେଶରେ 62,212 ନୂଆ କୋରୋନା ପଜିଟିଭ ରିପୋର୍ଟ, 837 ମୃତ

ନୂଆଦିଲ୍ଲୀ: ସମଗ୍ର ବିଶ୍ବକୁ କବଜା କରିଛି କୋରୋନା ଭାଇରସ । ଏଥିରେ ଭାରତ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଦେଶରେ ଭାଇରସ ବ୍ୟାପିବାର 7 ମାସରୁ ଅଧିକ ହୋଇଥିଲେ ମଧ୍ୟ କମିବାର ନାଁ ଧରୁନି । ଯାହା ବର୍ତ୍ତମାନ 74 ଲକ୍ଷ ପାର କରିଛି ଏହି ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ସୂଚନା ମୁତାବକ, ଗତ 24 ଘଣ୍ଟାରେ 62 ହଜାର 212 ଟି ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 837 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ 74 ଲକ୍ଷ 32 ହଜାର 681ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯେଉଁଥିରେ 65 ଲକ୍ଷ 24 ହଜାର 596 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇତିବାବେଳେ, ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 95 ହଜାର 087 ଜଣ ସଂକ୍ରମିତ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି । ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 12 ହଜାର 998 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ତେବେ ଦେଶର କୋରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ରହିଥିବାବେଳେ, ଏଠାରେ 15 ଲକ୍ଷ 76 ହଜାର 062ଜଣ ସଂକ୍ରମିତ ରହିଛନ୍ତି । ଯେଉଁଥିରେ 41 ହଜାର 502 ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ପ୍ରଭାବିତ ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ୟୁପି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.