ETV Bharat / bharat

ଦୁଷ୍କର୍ମ ଅଭିଯୁକ୍ତକୁ କୋରୋନା, କ୍ବାରେଣ୍ଟାଇନରେ 60 ପୋଲିସ - ଦୁଷ୍କର୍ମ ଅଭିଯୁକ୍ତ

କର୍ଣ୍ଣାଟକରୁ ଦୁଷ୍କର୍ମ ଅଭିଯୋଗରେ ଛତିଶଗଡକୁ ଆସିଥିବା ଅଭିଯୁକ୍ତର ସୋମବାର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ଏହାପରେ ଛତିଶଗଡର ବିଳାସପୁରରେ 60 ଜଣ ପୋଲିସ କ୍ବାରେଣ୍ଟାଇନରେ ରହିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jul 6, 2020, 7:26 PM IST

ରାୟପୁର: ଦୁଷ୍କର୍ମ ଅଭିଯୁକ୍ତର କୋରୋନା ରିପୋର୍ଟ ପଜେଟିଭ ଆସିବା ପରେ କ୍ବାରେଣ୍ଟାଇନରେ 60 ଜଣ ପୋଲିସ କର୍ମୀ । କର୍ଣ୍ଣାଟକରୁ ଦୁଷ୍କର୍ମ ଅଭିଯୋଗରେ ଛତିଶଗଡକୁ ଆସିଥିବା ଅଭିଯୁକ୍ତର ସୋମବାର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ଏହାପରେ ଛତିଶଗଡର ବିଳାସପୁରରେ 60 ଜଣ ପୋଲିସ କ୍ବାରେଣ୍ଟାଇନରେ ରହିଛନ୍ତି ।

ଏହାସହ ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନକୁ ସିଲ୍ କରି କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏତଦ୍‌ବ୍ୟତୀୟ ସମସ୍ତ କର୍ମଚାରୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ବିଳାସପୁର ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ମାସରେ ଜଣେ ମହିଳା ଥାନାରେ ଯୌନ ନିର୍ଯାତନା ଅଭିଯୋଗ ଦାଖଲ କରିଥିଲେ । ଏହାପରେ ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରୁ 4 ଜଣିଆ ପୋଲିସ୍ ଟିମଙ୍କ ଦ୍ବାରା ଜଣେ 28 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମହୀଶୁରରୁ ଗିରଫ କରାଯାଇଥିଲା ।

ଭାବା ପରମାଣୁ ରିଆକ୍ଟର ସେଣ୍ଟରର ମହୀଶୁର ୟୁନିଟରେ କାମ କରିବାକୁ ଦାବି କରୁଥିବା ଅଭିଯୁକ୍ତକୁ ଜୁଲାଇ 4 ରେ ବିଳାସପୁର ଅଣାଯାଇଥିଲା । ତାଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଛି । ଏବେ ତାଙ୍କ ରିପୋର୍ଟ ପଜେଟିଭ ଆସିବା ଫେରିବା ପରେ ଜେଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି ବୋଲି ଏସପି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.