ETV Bharat / bharat

ଗଣେଶ ବିସର୍ଜନବେଳେ ଅଘଟଣ: ପାଣିରେ ବୁଡି ଗୋଟିଏ ପରିବାରର 6 ମୃତ

author img

By

Published : Sep 7, 2019, 2:38 PM IST

ମହାରାଷ୍ଟ୍ରର ବଡଛିଲ ଗାଁରେ ଗଣେଶ ବିସର୍ଜନ ସମୟରେ ଗୋଟିଏ ପରିବାରର 6 ଜଣ ପାଣିରେ ବୁଡିଯିବା ଫଳରେ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

ମୁମ୍ବାଇ: ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବଡ ଅଘଟଣ ଘଟିଛି । ଗୋଟିଏ ପରିବାରର 6 ଜଣ ପାଣିରେ ବୁଡିଯିବା ଫଳରେ ମୃତ୍ୟୁ ହୋଇଛି । ଗାଁ ଲୋକ ଓ ପୋଲିସର ସହାୟତାରେ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଛି ।

ନନ୍ଦୁରବାର ଜିଲ୍ଲାର ଶହାଦା ଅଞ୍ଚଳର ବଡଛିଲ ଗାଁର ଘଟଣା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଉକ୍ତ ହ୍ରଦଟିର ଗଭୀରତା ନଜାଣି ବିସର୍ଜନ କରିବାବେଳେ ଏମାନେ ବୁ଼ଡିଯାଇଥିଲେ । ସମସ୍ତ ମୃତ ଯୁବକଙ୍କୁ ପହଁରା ଜଣାନଥିବାରୁ ସେମାନଙ୍କୁ ବଞ୍ଚାଇବା ଅତି କଷ୍ଟସାଧ୍ୟ ହୋଇଯାଇଥିଲା । ଖବରପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ସମସ୍ତ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ ।

ରାଜ୍ୟ ପୋଲିସ ମୁଖ୍ୟାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସମସ୍ତ ମୃତକଙ୍କ ବୟସ 16 ରୁ 24 ବର୍ଷ ଭିତରେ ହେବ । ଆଉ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.