ETV Bharat / bharat

ଧାରାବୀରେ ବଢୁଛି ସଙ୍କଟ, 220 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା - ଧରାଭୀରେ କୋଭିଡ 19 ପଜିଟିଭ

ଶୁକ୍ରବାର ବସ୍ତିରେ 6ଟି ନୂଆ ମାମଲା ବାହାରିଛି । ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏମାନଙ୍କୁ ଆଇସୋଲେସନରେ ପଠାଯାଇଛି । ଅଧିକ ପଢନ୍ତୁ...

ଧରାଭୀରେ ବଢୁଛି ସଙ୍କଟ, 220 ଛୁଇଁଲା ଆକ୍ରାନ୍ତ

author img

By

Published : Apr 24, 2020, 11:44 PM IST

ମୁମ୍ବାଇ: ଏସିଆର ସବୁଠୁ ବଡ ବସ୍ତିରେ କୋରୋନା ଆତଙ୍କ ଥମିବାର ନାମ ନେଉନି । ପ୍ରଥମ ଆକ୍ରାନ୍ତ ବାହାରିବା ପରେ ପରେ ଲଗାତାର କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ମାମଲା ସାମନାକୁ ଆସୁଛି ।

ଶେଷ ଖବର ଅନୁସାରେ ଶୁକ୍ରବାର ଧାରାବୀ ବସ୍ତିରେ 6ଟି ନୂଆ ମାମଲା ବାହାରିଛି । ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏମାନଙ୍କୁ ଆଇସୋଲେସନରେ ପଠାଯାଇଛି । ଏହାସହ ଏଠାରେ ମୋଟ 220 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ବ୍ରିହାନମୁମ୍ବାଇ ପୌର ସଂସ୍ଥା କହିଛି । ଏମାନଙ୍କ ମଧ୍ୟରୁ 14 ଜଣଙ୍କର ମୃତ୍ୟୁ ହୋଇଛି ।

ବସ୍ତିରେ ସଂକ୍ରମଣ ଆଗାମୀ ଦିନରେ ଅଧିକ ହେବାର ଆଶଙ୍କା ରହିଛି । ଏଠାକୁ ବାହାର ରାଜ୍ୟର ଅନେକ ଶ୍ରମିକ ଫେରିଥିବାବେଳେ ବସ୍ତିକୁ ବହୁତ ପ୍ରବେଶ ପଥ ରହିଛି । ଫଳରେ ସଂକ୍ରମଣ ରୋକିବା କାଠିକର ପାଠ ହୋଇଛି । ତେବେ ପରିସ୍ଥିତି ସମ୍ଭାଳିବା ପାଇଁ ପ୍ରତି ବସ୍ତିର ପ୍ରବେଶ ଦ୍ବାରରେ ଏକ ସାନିଟାଇଜର ଚ୍ୟାମ୍ବର ନିର୍ମାଣ କରାଯାଇଛି । ଏହାସହ ରମଜାନ ମାସ ଆରମ୍ଭ ହୋଇଥିବାରୁ ସମସ୍ତ ଦରକାରୀ ସାମଗ୍ରୀ ସମସ୍ତଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି । ଲୋକେ ଯେପରି ବାହାରକୁ ନବାହାରିବେ ସେଥିପ୍ରତି କଡା ଦୃଷ୍ଟି ରଖିଛି ପୌର ସଂସ୍ଥା ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.