ହାଇଦ୍ରାବାଦ: ପୁନରାବୃତ୍ତି ହୋଇଛି ଦିଶା ଗଣଦୁଷ୍କର୍ମ ଓ ଲୋମହର୍ଷଣ ହତ୍ୟା ଘଟଣା । ପୁଣି ଜଣେ କାର୍ଯ୍ୟରତ ଯୁବତୀ ଗଣଦୁଷ୍କର୍ମର ଶିକାର । ଜଣେ 21 ବର୍ଷୀୟ ଯୁବତୀଙ୍କୁ 6ଜଣ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଆଉ ଏହି ଘଟଣା ପଛରେ ମୁଖ୍ୟସୂତ୍ର ଧାରା ସାଜିଛି ସୈତାନ ସାଙ୍ଗ । ସେପଟେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ। ପୀଡିତା ଜଣକ ହାଇଦ୍ରାବାଦର ଏକ କ୍ୟାଟ୍ରିଂ କମ୍ପାନୀରେ କାମ କରୁଥିବାବେଳେ, ସେ ଭଦ୍ରଦ୍ରି-କୋଥେଗୁଡେମ ଜିଲ୍ଲାର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ପୀଡିତା ଜଣକ କକଟିଆ ଟ୍ରେନ ଯୋଗେ ଫେରିବା ପରେ ଗାଁକୁ ଯିବା ପାଇଁ ପରିବାର ଓ ସମ୍ପର୍କୀୟଙ୍କ ସହ ଯୋଗଯୋଗ କରିଥିଲେ । ହେଲେ କୌଣସି ସମ୍ପର୍କ ହୋଇନପାରିବାରୁ ପୀଡିତା ଜଣକ ବଳରାମଥଣ୍ଡା ଅଞ୍ଚଳର ଚନ୍ଦୁ ନାମକ ଏକ ସାଙ୍ଗକୁ ସହଯୋଗ ପାଇଁ ଡକାଇଥିଲେ । ହେଲେ ବିଳମ୍ବିତ ରାତି ହୋଇଥିବାରୁ ଯୁବତୀଙ୍କୁ ଗାଁକୁ ନ ନେଇ ଥଣ୍ଡ ଅଞ୍ଚଳକୁ ନେଇ ଆସିଥିଲା ଚନ୍ଦୁ ।
ଏହାର କିଛି ସମୟ ପରେ, ପୀଡିତାଙ୍କୁ ମେହବୁବାବାଦ ଜିଲ୍ଲାମୁଖ୍ୟାଳୟରୁ 7 କିମି ଦୂର ଅମଙ୍ଗଳ ଅଞ୍ଚଳର ଅନ୍ୟ ଏକ ବନ୍ଧୁ ଘରକୁ ନେଇଆସିଥିଲା ଚନ୍ଦୁ । ଯେଉଁଠାରେ ଏମାନଙ୍କ ସହ ଆଉ ଏକ ସାଙ୍ଗ ସାମିଲ ହୋଇ ପୀଡିତା ଜଣକୁ ଆମ୍ବ ବଗିଚାକୁ ନେବା ପରେ ଦୁଷ୍କର୍ମ କରିଥିଲେ । ସେତିକିରେ ମନ ପୁରି ନଥିଲା ଯେ, ଆଉ ତିନି ଜଣ ସାଙ୍ଗକୁ ଡାକି ପୁଣି ଆରମ୍ଭ କରିଥିଲେ କୁକର୍ମ । ଏହି ଖବର ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ପହଞ୍ଚିବା ପରେ , ସେ ଘଟଣା ବିଷୟରେ ପୋଲିସକୁ ଖବର ଦେଇଥିଲେ ।