ETV Bharat / bharat

ବକରି ଇଦ୍ ପାଇଁ ଘାଟିରେ 144 ଧାରା କୋହଳ - Section-144

ସମ୍ପୁର୍ଣ୍ଣ କାଶ୍ମୀରରେ କିଭଳି ଶାନ୍ତିପୂର୍ଣ୍ଣ ଭାବରେ ବକରି ଇଦ୍ ପାଳନ ହେବ ସେନେଇ ସରକାର ପୁଞ୍ଛ ଜିଲ୍ଲାରେ 144 ଧାରାକୁ 6 ଘଣ୍ଟା ପାଇଁ କୋହଳ କରିଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର@ANI
author img

By

Published : Aug 11, 2019, 9:14 PM IST

ଶ୍ରୀନଗର: ବକରି ଇଦ୍ ପୂର୍ବରୁ ଜାମ୍ମୁ-କାଶ୍ମୀର ବାସିନ୍ଦାଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବାକୁ ଲାଗି ପଡିଛନ୍ତି କେନ୍ଦ୍ର ସରକାର । ସମ୍ପୁର୍ଣ୍ଣ କାଶ୍ମୀରରେ କିଭଳି ଶାନ୍ତିପୂର୍ଣ୍ଣ ଭାବରେ ଏହି ପର୍ବ ପାଳନ ହେବ ସେନେଇ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ତେବେ ଏହାକୁ ଆଖିରେ ରଖି ପୁଞ୍ଛ ଜିଲ୍ଲାରେ 144 ଧାରାକୁ 6 ଘଣ୍ଟା ପାଇଁ କୋହଳ କରିଛନ୍ତି ସରକାର ।

ତେବେ ସରକାରଙ୍କ ଏହି ପଦକ୍ଷେପ ପରେ ପୁଞ୍ଛ ବଜାରରେ ଭିଡ ଜମିଥିବା ଦେଖିବାକୁ ମିଳିଛି । ବକରି ଇଦ ଉପଲକ୍ଷେ ନିଜ ନିଜର ଆବଶ୍ୟକ ସାମଗ୍ରୀମାନ କିଣିବାରେ ବ୍ୟସ୍ତ ଅଛନ୍ତି ଘାଟି ବାସିନ୍ଦା । ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସେଠାରେ 144 ଧାରା ଲାଗୁ କରାଯାଇଥିଲା । ଅଧିକାଂଶ ଅଞ୍ଚଳରେ ଏହା କୋହଳ କରାଯାଇଥିବା ବେଳେ ପୁଞ୍ଛ, ରଜୌରୀ ଏବଂ ରାମବନ ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଥିଲା । ତେବେ ବକରି ଇଦ ପାଇଁ ପୁଞ୍ଛ ଜିଲ୍ଲାରେ କର୍ଫ୍ୟୁକୁ ଆଂଶିକ ଭାବରେ କୋହଳ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.