ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ପୋଲିସରେ ବଡ ଅଦଳ ବଦଳ । ଘାଟିରେ 58 ଜଣ ଡିଏସପିଙ୍କ ବଦଳି କରିଦିଆଯାଛି । ବଦଳି ହୋଇଥିବା ପୋଲିସ ଅଫିସରଙ୍କ ମଧ୍ୟରେ ଫରାଦ ଟାକ, ପ୍ରଦୀପ କୁମାର, ସଲିମ ଜାହାଙ୍ଗିର, ଇମତିୟାଜଙ୍କ ନାଁ ସାମିଲ ରହିଛି ।
ସେପଟେ ପୁରୁଣା ଜାମ୍ମୁର ବାଣିଜ୍ୟିକ କେନ୍ଦ୍ର ରହିଥିବା ଐତିହାସିକ ସିଟି ଚୌକର ନାଁ ବଦଳାଇ ଭାରତ ମାତା ଚୌକ କରିଦିଆଯାଇଛି । ବିଜେପି ନେତୃତ୍ବାଧିନ ଜାମ୍ମୁ ମହାନଗରନିଗମ ଏ ସମ୍ବନ୍ଧରେ ପ୍ରସ୍ତାବ ପାରିତ କରିଥିଲା । ଏହାପରେ ଏହି ଏହି ଚୌକର ନାଁକୁ ପରିବର୍ତ୍ତନ କରାଯାଇଛି ।
@ANI