ETV Bharat / bharat

ନାବାଳକକୁ ଦୁଷ୍କର୍ମ ମାମଲା: 57 ବର୍ଷର ବୃଦ୍ଧକୁ ଆଜୀବନ କାରାଦଣ୍ଡ - ପୋକ୍ସ (POCSO) ଆଇନ

ତେଲେଙ୍ଗାନାରେ ତିନି ବର୍ଷର ନାବାଳକକୁ ଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ଅଦାଲତ 57 ବର୍ଷିୟ ବୃଦ୍ଧକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Oct 31, 2019, 11:43 AM IST

ହାଇଦ୍ରାବାଦ : ତେଲେଙ୍ଗାନାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ସାଙ୍ଗାରେଡ୍ଡୀ ଜିଲ୍ଲାରେ ଗୁରୁବାର ଦିନ 57 ବର୍ଷର ବୃଦ୍ଧକୁ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ ଓ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ଅଭିଯୁକ୍ତ ପଲଥ ଶ୍ରୀନିବାସଙ୍କୁ ଆଜୀବନ କାରଦଣ୍ଡ ସହିତ 5 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି ।

ସାଇବରାବାଦର ପୋଲିସ କମିସନର ଭିସି ସଜ୍ଜନର କହିଛନ୍ତି ଦୋଷୀ ମଦନିଶାରେ ଚୂର ହୋଇ 31 ଡିସେମ୍ବର 2017ରେ ଶିଶୁକୁ ପ୍ରଲୋଭନ ଦେଖାଇ ଜଙ୍ଗଲକୁ ନେଇ ଜବରଦସ୍ତ କରିଥିଲା । ଏହି ଘଟଣାଟି ପାଖରେ ଥିବା ଲୋକଲୋଚନକୁ ଆସିଥିଲା । ଝିଅଟି କାନ୍ଦିବା ଅବସ୍ଥା ଦେଖିବା ପରେ ଶ୍ରୀନିବାସ ଉପରେ ସନ୍ଦେହ କରାଯାଇଥିଲା । ତାଙ୍କୁ ପରେ ଆରସି ପୁରମ ପୋଲିସ ହେପାଜତରେ ନିଆଯାଇଥିଲା ।

ପୋଲିସ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଅପରାଧୀ ଭାବେ ଗିରଫ ବ୍ୟକ୍ତି ଶେଷରେ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲା । ଝିଅର କାନ୍ଦିବା ଓ ଦୋଷୀର ବୟାନକୁ ଆଧାର କରି ପୋଲିସ ତିନି ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ନ୍ୟାୟିକ ଅଦାଲତକୁ ପ୍ରେରଣ କରାଯାଇଥିଲା । ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଧାରା 366 (A) ଓ 376 (1) ପୋକ୍ସୋ (POCSO) ଆଇନରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.