ETV Bharat / bharat

ସେଲଟର ହୋମରେ କୋରୋନା: 57 ଅନ୍ତେବାସୀ ପଜେଟିଭ

author img

By

Published : Jun 22, 2020, 12:03 PM IST

ସେଲଟର ହୋମରେ ବ୍ୟାପିଲା କୋରୋନା । 57 ଅନ୍ତେବାସୀ କୋରୋନା ପଜେଟିଭ । ଅଧିକ ପଢନ୍ତୁ....

57 Girls At Government-Run Home In UP's Kanpur Test Positive For COVID-19
57 ଜଣ ଅନ୍ତେବାସୀ କୋରୋନା ପଜେଟିଭ

ଲକ୍ଷ୍ମୌ: ସେଲଟର ହୋମରେ ବ୍ୟାପିଲା କୋରୋନା । 57 ଅନ୍ତେବାସୀ କୋରୋନା ପଜେଟିଭ । ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ ଥିବା ଏକ ସରକାରୀ ସେଲଟର ହୋମରେ । ଯେଉଁମାନଙ୍କ ମଧ୍ୟରେ 2 ଜଣେ ଏବେ ଗର୍ଭବତୀ ରହିଛନ୍ତି । କାନପୁର ଜିଲ୍ଲାପାଳଙ୍କ କହିବା ଅନୁସାରେ, ନାବାଳିକାଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯିବା ପୂର୍ବରୁ ଗର୍ଭବତୀ ଥିଲେ । ଏହି ଘଟଣାରେ ପୋକ୍ସ ଆକ୍ଟ ଅନୁସାରେ ତଦନ୍ତ କରାଯାଇଛି ବୋଲି ସେ କହିଛନ୍ତି । କୋରୋନା ଆକ୍ରାନ୍ତ ହୋଇଥିବା 57 ଜଣ ଅନ୍ତେବାସୀଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ କୋରୋନା ଅନ୍ତେବାସୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯାଇଛି ।

କୋରୋନା ସଂକ୍ରମଣରେ କାନପୁର ରାଜ୍ୟର ଦ୍ବିତୀୟ ସ୍ଥାନରେ ରହିଛି । କାନପୁରରେ ବର୍ତ୍ତମାନ 400 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ନୋଏଡାରେ 577 କୋଭିଡ ମାମଲା ରହିଛି । ଉତ୍ତରପ୍ରଦେଶରେ ପ୍ରାୟ 17,000 କୋଭିଡ ମାମଲା ରହିଛି, ଯେଉଁଥିରୁ 6,000ରୁ ଅଧିକ କୋରୋନା ପଜେଟିଭ ରହିଛନ୍ତି । କୋରୋନା ସଂକ୍ରମଣରେ ରାଜ୍ୟରେ 507 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.