ETV Bharat / bharat

ପଞ୍ଜାବରେ କୋରୋନା ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି

ଗତ ବୁଧବାର ପଞ୍ଜାବର ରୋପରର ଚତମଲ୍ଲୀ ଗ୍ରାମର ଜଣେ 55 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ପଞ୍ଜାବରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 8 ରେ ପହଞ୍ଚିଛି ।

_corona death
ପଞ୍ଜାବରେ କୋରୋନା ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି
author img

By

Published : Apr 9, 2020, 9:58 AM IST

ଚଣ୍ଡିଗଡ: ଦେଶରେ ଦ୍ରୁତ ଗତିରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ଗତ ବୁଧବାର ପଞ୍ଜାବର ରୋପରର ଚତମଲ୍ଲୀ ଗ୍ରାମର ଜଣେ 55 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ପଞ୍ଜାବରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, 55 ବର୍ଷୀୟ ବ୍ୟକ୍ତି ଜଣଙ୍କର ମଧୁମେହ ସହ ହାଇପରଟେସନ ରୋଗରେ ପିଡୀତ ଥିଲେ । ତେବେ ତାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଥିବା ବେଳେ ଗତ ବୁଧବାର ତାଙ୍କର ମୃତ୍ୟୁ ଘଟିଥିବା ପଞ୍ଜାବ ମୁଖ୍ୟ ସଚିବ କେବିଏସ ସିନ୍ଧୁ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।

ଏପଟେ ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ 106 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 8 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଭାରତରେ 5274 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 4714 ଆକ୍ରାନ୍ତ ଆକ୍ଟିଭ ଥିବା ଜଣାପଡିଛି । ଏହାଛଡା 410 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.