ETV Bharat / bharat

କେଦାରନାଥ ଧାମର ସ୍ଥିତି ପରିଖିବେ 51 ଜଣିଆ ଦଳ

author img

By

Published : Oct 7, 2019, 9:10 PM IST

କେଦାରନାଥ ଧାମର କବାଟ ବନ୍ଦ ହେବା ପୂର୍ବରୁ ଘାଟିରେ ଜାରି ରହିଥିବା ପୁନଃନିର୍ମାଣ କାର୍ଯ୍ୟର ସ୍ଥିତି ପରଖିବେ 51 ଜଣିଆ ଅନୁସନ୍ଧାନକାରୀ ଦଳ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: 2013 ମସିହାରେ ଉତ୍ତରାଖଣ୍ଡର କେଦାରନାଥ ଘାଟିରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପରେ ସେଠାରେ ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି କାମକୁ ତଦାରଖ କରିବାକୁ 11 ଫେବୃଆରୀ 2020ରେ ଉତ୍ତରାଖଣ୍ଡକୁ 51 ଜଣିଆ ଅନୁସନ୍ଧାନକାରୀ ଦଳର ଆଗମନ ହେବ । ତେବେ ପ୍ରଧାନମନ୍ତ୍ରୀଙ୍କ ସଚିବ ଭାସ୍କର ଖୁଲବେ ଏହାର ନେତୃତ୍ବ କରିବେ । ଏହି ଦଳ କେଦାରନାଥ ଧାମର ପୁନଃନିର୍ମାଣ କାର୍ଯ୍ୟର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ ।

ଆଗକୁ ଅତ୍ଯଧିକ ବରଫ ପାତ ଯୋଗୁଁ କେଦାରନାଥ ମନ୍ଦିର ଦ୍ବାର ଅକ୍ଟୋବର 29ରେ ବନ୍ଦ ହୋଇଯିବ । ଏହି ଦ୍ବାର ବନ୍ଦ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗସ୍ତ କରିବାର ଯୋଜନା ରହିଛି । ତେବେ ଧାମର ପୁନଃନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ 11 ଫେବୃଆରୀରେ ଆସୁଥିବା ଅନୁସନ୍ଧାନକାରୀ ଦଳଙ୍କ ଗସ୍ତକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାର ସିଂହ ଏକ ବୈଠକ ଡାକିଥିଲେ । ବୈଠକରେ ମୁଖ୍ୟ ସଚିବ କେଦାରନାଥ ଧାମରେ ଜାରି ରହିଥିବା ପୁନଃନିର୍ମାଣ କାର୍ଯ୍ୟର ସ୍ଥିତି ଉପରେ ଆଲୋଚନା କରିଥିଲେ ।

କେଦାରନାଥରେ ପୁନଃନିର୍ମାଣ କାର୍ଯ୍ୟର ସ୍ଥିତି

ମନ୍ଦାକିନୀ ଓ ସରସ୍ବତୀ ନଦୀର ସଙ୍ଗମ ଠାରୁ ମନ୍ଦିରର ଦୂରତା 270 ମିଟର ଅଟେ । ଯେଉଁ କାରଣରୁ କେଦାର ନାଥ ମନ୍ଦିର ପରିସର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଉକ୍ତ ରାସ୍ତାକୁ 50 ଫୁଟ ବଢାଇ ଦିଆଯାଇଛି । ମନ୍ଦିରର କ୍ଷେତ୍ରଫଳ 1,500 ବର୍ଗମିଟର ବୃଦ୍ଧି କରି 4,125 ମିଟର କରାଯାଇଛି । ସେହିପରି ସରସ୍ବତୀ ନଦୀ ଉପରେ 470 ମିଟର ଓ ମନ୍ଦାକିନୀ ନଦୀ ଉପରେ 380 ମିଟର ଲମ୍ବାର ସୁରକ୍ଷା ପ୍ରାଚୀର କାର୍ଯ୍ୟର ନିର୍ମାଣ ଜାରି ରହିଛି । ଏହା ସହିତ 73 ତୀର୍ଥର ପୁରୋହିତଙ୍କ ପାଇଁ ପୁରୋହିତ ଆବାସ, ଆଦିଗୁରୁ ଶଙ୍କରାଚାର୍ଯ୍ୟ କୂଟୀର ଓ ସଂଗ୍ରାହଳୟର ନିର୍ମାଣ କରାଯାଉଛି । ପୁନଃନିର୍ମାଣ କାର୍ଯ୍ୟରେ 35 କିମି ଗରୁଡଚଟ୍ଟୀ ଚଲାପଥ, ଗୌରୀ କୁଣ୍ଡରୁ ଲିନଚୋଲୀ ଦେଇ କେଦାରନାଥ ମାର୍ଗ ପର୍ଯ୍ୟନ୍ତ ଚୌଡା କାର୍ଯ୍ୟ କରାଯାଉଛି । ଭୁ-ସ୍ଖଳନରୁ ବର୍ତ୍ତିବା ପାଇଁ ସୁରକ୍ଷା ପ୍ରାଚୀର ଓ ଡ୍ରେନେଜ ସହିତ ତମାମ କାର୍ଯ୍ୟ କରାଯାଉଛି ।

Intro:Body:

hjh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.