ETV Bharat / bharat

ଏହି 5ଟି ରାଜ୍ୟରେ ରହିଛି 60% ଆକ୍ଟିଭ ମାମଲା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : Sep 7, 2020, 5:58 PM IST

କୋରୋନା ମାମଲା ମଧ୍ୟରୁ କେବଳ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ମୋଟ କୋରୋନା ମାମଲା 60%, ଆକ୍ଟିଭ ମାମଲା 62% ଏବଂ କୋରୋନା ମୃତ୍ୟୁ ହାର 70% ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି।

_corona
ଏହି 5ଟି ରାଜ୍ୟରେ ରହିଛି 60% ଆକ୍ଟିଭ ମାମଲା

ନୂଆଦିଲ୍ଲୀ: ଦେଶରେ ଅଣାୟତ ହେବାକୁ ବସିଲାଣି କୋରୋନା ମାମଲା । ଦେଶର ମୋଟ କୋରୋନା ମାମଲା ମଧ୍ୟରୁ କେବଳ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ମୋଟ କୋରୋନା ମାମଲା 60%, ଆକ୍ଟିଭ ମାମଲା 62% ଏବଂ କୋରୋନା ମୃତ୍ୟୁ ହାର 70% ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛନ୍ତି ।

ଏହି ଲିଷ୍ଟରେ ସବୁଠୁ ଉପରେ ରହିଛି ମହାରାଷ୍ଟ୍ର । ତେବେ ମହାରାଷ୍ଟ୍ର 21.6 ପ୍ରତିଶତ, ଆନ୍ଧ୍ରପ୍ରଦେଶରେ 11.8 ପ୍ରତିଶତ, ତାମିଲନାଡୁରେ 11 ପ୍ରତିଶତ, କର୍ଣ୍ଣାଟକରେ 9.5 ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ 6.3 ପ୍ରତିଶତ କୋରୋନା ମାମଲା ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ରରେ 26.76 ପ୍ରତିଶତ ଆକ୍ଟିଭ ମାମଲା ରହିଛି । ଏହି କ୍ରମରେ ଆନ୍ଧ୍ରପ୍ରଦେଶ 11.30 ପ୍ରତିଶତ, କର୍ଣ୍ଣାଟକ 11.25 ପ୍ରତିଶତ, ଉତ୍ତରପ୍ରଦେଶ 6.98 ପ୍ରତିଶତ ଏବଂ ତାମିଲନାଡୁ 5.83 ପ୍ରତିଶତ ଆକ୍ଟିଭ ମାମଲା ରହିଛି ।

ତେବେ ଗତ 24 ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ 11,915 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କର୍ଣ୍ଣାଟକ 9575 ଆକ୍ରାନ୍ତ , ମହାରାଷ୍ଟ୍ର 7826 ଆକ୍ରାନ୍ତ, ତାମିଲନାଡୁ 5820 ଆକ୍ରାନ୍ତ ଏବଂ ଉତ୍ତରପ୍ରଦେଶ 4779 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 90,802 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1016 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 42,04,614ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 32,50,429 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 8,82,542 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ ମାରାତ୍ମକ ଭାଇରସ କାରଣରୁ 71,642 ଆକ୍ରାନ୍ତ ପ୍ରାଣ ହରାଇଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.