ETV Bharat / bharat

ଆସୁଛି 5 ରାଫେଲ, ଗ୍ରହଣ କରିବେ ଏୟାର ଚିଫ୍‌ ମାର୍ଶଲ ଆରକେଏସ ଭଦୌରିଆ

author img

By

Published : Jul 28, 2020, 10:50 PM IST

ବୁଧବାର ଭାରତ ଆସି ପହଞ୍ଚିବ 5 ରାଫେଲ ଜେଟ । ହରିୟାନାର ଅମ୍ବାଲା ଏୟାରବେଶରେ ଏହି ଜେଟଗୁଡିକ ଲ୍ୟାଣ୍ଡ କରିବାକୁ ଥିବା ବେଳେ ଏଗୁଡିକୁ ଗ୍ରହଣ କରିବେ ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆରକେଏସ ଭଦୌରିଆ ।

rafale jet, india-france rafale deal, 5 rafale jets to land in ambala airbase, air chief marshal rks bhadauria, 5 rafale jets to induced in iaf, ରାଫେଲ ଡେଟ, ଭାରତ-ଫ୍ରାନ୍ସ ରାଫେଲ ଚୁକ୍ତି, ଅମ୍ବାଲା ଏୟାରବେସ ଆସିବ 5 ରାଫେଲ ଜେଟ, ଏୟାର ଚିଫ୍‌ ମାର୍ଶଲ ଆରକେଏସ ଭଦୌରିଆ, ଭାରତୀୟ ବାୟୁ ସେନାରେ ମିଶିବ 5 ରାଫେଲ ଜେଟ
ଆସୁଛି 5 ରାଫେଲ ଜେଟ, ଗ୍ରହଣ କରିବେ ଏୟାର ଚିଫ୍‌ ମାର୍ଶଲ ଆରକେଏସ ଭଦୌରିଆ

ନୂଆଦିଲ୍ଲୀ: ବୁଧବାର ଭାରତରେ ଆସି ପହଞ୍ଚିବ 5 ରାଫେଲ । ହରିୟାଣାର ଅମ୍ବାଲା ଏୟାରବେଶରେ ଏହି ଜେଟଗୁଡିକ ଲ୍ୟାଣ୍ଡ କରିବାକୁ ଥିବା ବେଳେ ଏଗୁଡିକୁ ଗ୍ରହଣ କରିବେ ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆରକେଏସ ଭଦୌରିଆ । ଏହି ଜେଟଗୁଡିକ ସୋମବାର ଫ୍ରାନ୍ସର ବୋରଡ୍ୟୁକ୍ସ ସହରସ୍ଥିତ ମେରିନାକ ଏୟାରବେସରୁ ଉଡାଣ ଆରମ୍ଭ କରିଛି । ଯାହା ପାଖାପାଖି 7000 କିଲୋମିଟର ଅତିକ୍ରମ କରି ବୁଧବାର ଅପରାହ୍ନରେ ଭାରତ ପହଞ୍ଚିବ ।

ରାଫେଲରେ ଭାରତ ଲେଉଟାଣି ଯାତ୍ରାରେ ଫ୍ରାନ୍ସର ସହାୟତାକୁ ଭାରତୀୟ ବାୟୁ ସେନା ସାଧୁବାଦ ଜଣାଇ ଏକ ଟ୍ବିଟ କରିଥିଲା । ତେବେ ସୋମବାର ଏହି ରାଫେଲ ଜେଟଗୁଡିକ ଫ୍ରାନ୍ସରୁ ଯାତ୍ରା ଆରମ୍ଭ କରିବା 7 ଘଣ୍ଟା ପରେ ୟୁଏଇର ଅଲ ଧାଫ୍ରା ଏୟାରବେସରେ ରହଣୀ ନେଇଥିଲା । ଯାହା ଫ୍ରାନ୍ସରୁ ଭାରତ ମଧ୍ୟରେ ଏକମାତ୍ର ରହଣୀ ସ୍ଥାନ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ଭାରତକୁ ଯାତ୍ରା କରୁଥିବା ରାଫେଲ ଜେଟର ପ୍ରାୟ 30,000 ଫୁଟରୁ ନିଆଯାଇଥିବା କିଛି ଫଟୋକୁ ନେଇ ଫ୍ରାନ୍ସସ୍ଥିତ ଭାରତୀୟ ଦୂତାବାସ ଏକ ଟ୍ବିଟ କରିଥିବା ମଧ୍ୟ ଦେଖାଯାଇଥିଲା ।

ସୂଚନା ମୁତାବକ ଭାରତ ଆସୁଥିବା ଏହି ରାଫେଲ ଜେଟମାନଙ୍କ ମଧ୍ୟରେ 3ଟି ସିଙ୍ଗଲ ସିଟର ଓ 2ଟି ଟ୍ବିନ ସିଟର ଜେଟ ରହିଛି । ଏଗୁଡିକ ବୁଧବାର ଅମ୍ବାଲାରେ ପହଞ୍ଚିବା ପରେ ସରକାରୀ ଭାବେ ଏହାକୁ ଗ୍ରହଣ କରି ଭାରତୀୟ ବାୟୁ ସେନାରେ ସାମିଲ କରିବେ ଏୟାର ଚିଫ୍‌ ମାର୍ଶଲ ଆରକେଏସ ଭଦୌରିଆ । ଏହି ଜେଟ ଗୁଡିକ 17 ନଂ ସ୍କ୍ବାଡ୍ରୋନ ବା ଗୋଲ୍ଡେନ ଆରୋର ଅଂଶ ଭାବେ ବାୟୁ ସେନାରେ ସାମିଲ ହେବା ନେଇ ସୂଚନା ରହିଛି । ଯାହା ଆଇଏଏଫର କମ୍ବାଟ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିବ । ବର୍ତ୍ତମାନ ସମୟରେ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ସ୍ଥିତି ଲାଗି ରହିଥିବା ବେଳେ ଏହି ରାଫେଲ ଜେଟ ଭାରତକୁ ଶତ୍ରୁ ପକ୍ଷ ଆଗରେ ଅଧିକ ଶକ୍ତିଶାଳୀ କରାଇବ ନିଶ୍ଚୟ ।

ଏଥିପାଇଁ ଭାରତ ସରକାର 2016 ମସିହା ସେପ୍ଟେମ୍ବର 23 ତାରିଖରେ ଫ୍ରେଞ୍ଚ ଏରୋସ୍ପେଶ ମେଜର ଡାସଲ୍ଟ ଏଭିଏସନ ସହ 59,000 କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଥିଲେ । ଚୁକ୍ତି ମୁତାବକ ଭାରତ ଫ୍ରାନ୍ସଠାରୁ 36ଟି ରାଫେଲ ଜେଟ କ୍ରୟ କରିବ । ଏହି ଚୁକ୍ତି ଆଧାରରେ ଗତବର୍ଷ ଅକ୍ଟୋବରରେ ଫ୍ରାନ୍ସ ପ୍ରଥମ ରାଫେଲ ଜେଟ ଭାରତକୁ ହସ୍ତାନ୍ତର କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଫ୍ରାନ୍ସ ଗସ୍ତ ସମୟରେ ଏହି ଜେଟ ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିଲା । ତେବେ ଭାରତକୁ ମିଳିବାକୁ ଥିବା 36ଟି ରାଫେଲ ମଧ୍ୟରେ 30ଟି ଫାଇଟର ଜେଟ ଓ 6ଟି ଟ୍ରେନର ଜେଟ ରହିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.